ଅପରାହ୍ନ ୪ ଟାରେ ବାତ୍ୟା ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅପରାହ୍ନ ୪ ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ । ବୈଠକରେ ରାଜସ୍ଵ ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଏବଂ ଏସଆରସି ଉପସ୍ଥିତ ରହିବେ । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟାକୁ ନେଇ ଭୟଭୀତ ନହେବା ପାଇଁ ଲୋକମାନଙ୍କୁ ସେ ପରାମର୍ଶ […]

Samaya Live Picture
Published On

ଭୁବନେଶ୍ୱର : ବାତ୍ୟା ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅପରାହ୍ନ ୪ ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ । ବୈଠକରେ ରାଜସ୍ଵ ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଏବଂ ଏସଆରସି ଉପସ୍ଥିତ ରହିବେ ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟାକୁ ନେଇ ଭୟଭୀତ ନହେବା ପାଇଁ ଲୋକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ଇ ମୁଖ୍ୟ ଶାସନ ସଚିବ ଏବଂ ଏସଆରସି ସମୀକ୍ଷା କରିଛନ୍ତି ମୁଁ ବି ସମୀକ୍ଷା କରିବି । କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ନୁହେ ପୁରା ୩୦ ଜିଲ୍ଲାରେ ପ୍ରସ୍ତୁତି ରହିବ । ୩୦ ଜିଲ୍ଲାରେ ଓଡ୍ରାଫ ଟିମ୍ ମୁତୟନ ରହିବେ । ଏନଡିଆରଏଫ ଆଲର୍ଟ ରଖାଯାଇଛି । ଆବଶ୍ୟକ ପଡିଲେ ସ୍କୁଲ ବନ୍ଦ ରଖାଯିବ । ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ମତ୍ସ୍ୟଜୀବୀ ମାନଙ୍କୁ ଆଜି ଦିନ ୨ଟା ସୁଦ୍ଧା ସମୁଦ୍ର ଭିତରୁ ଉପକୂଳକୁ ଫେରିଆସିବାକୁ କୁହାଯାଇଛି। ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରି ଆଗୁଆ ଡାକ୍ତରଖାନାରେ ଭର୍ତି କରିବା ପାଇଁ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍କୁଲ, ପଞ୍ଚାୟତ ଗୃହ ଆଦିକୁ ପ୍ରସ୍ତୁତ ରଖାଯାଇଛି । ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ ଟାୱାର ଲାଇଟ ସହ ସମସ୍ତ ଆନୁଷଙ୍ଗିକ ସୁବିଧା ଗୁଡ଼ିକୁ ପ୍ରସ୍ତୁତି କରାଯିବ ବୋଲି ସୂଚନା ମିଳିଛି।

ସୂଚନାନୁସାରେ,ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ର ଗତିପଥ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଟ୍ରାକ୍ ଜାରି କରିଛି। ଆଇଏମଡି ଅନୁଯାୟୀ, ସୋମବାର ଏହା ଲଘୁଚାପରେ ପରିଣତ ହୋଇଛି । କ୍ରମେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୨ ଅକ୍ଟୋବର ସକାଳ ସୁଦ୍ଧା ଅବପାତ ଏବଂ ୨୩ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରର ପୂର୍ବ ସେଣ୍ଟ୍ରାଲ୍ ଉପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ପରେ, ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ଅଧିକ ବୋଲି ଆଇଏମଡି ବୁଲେଟିନ୍ ଯୋଗ କହିଛି। ଅର୍ଥାତ ଏହା ପୁରୀରୁ ଦୀଘା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟାର ଗତିପଥ ସଠିକ ଆକଳନ କରାଯାଇପାରିନାହିଁ ।

ପୂର୍ବାନୁମାନ ପଥ ଅନୁଯାୟୀ, ସମ୍ଭାବ୍ୟବାତ୍ୟା ପ୍ରଭାବରେ ଅକ୍ଟୋବର ୨୪ ରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Tags: