ଆଜି ନୂଆ ବାରବାଟୀ ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମ ପାଇବ ନୂଆ ରୂପ I ଆଜି ନୂଆ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଷ୍ଟାଡିୟମ ପରିସରରେ ଚାଲିଛି ଜୋରଦାର ପ୍ରସ୍ତୁତି । ଭାରତୀୟ ବୋର୍ଡ ଅଫ୍‌‌ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‌‌ ଇଣ୍ଡିଆ (ବିସିସିଆଇ), ରାଜ୍ୟ ସରକାର ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନର ମିଳିତ ଉଦ୍ୟମରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବ। ମଙ୍ଗଳବାର ଅପରାହ୍ନରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

Samaya Live Picture
Published On

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମ ପାଇବ ନୂଆ ରୂପ I ଆଜି ନୂଆ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଷ୍ଟାଡିୟମ ପରିସରରେ ଚାଲିଛି ଜୋରଦାର ପ୍ରସ୍ତୁତି । ଭାରତୀୟ ବୋର୍ଡ ଅଫ୍‌‌ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‌‌ ଇଣ୍ଡିଆ (ବିସିସିଆଇ), ରାଜ୍ୟ ସରକାର ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନର ମିଳିତ ଉଦ୍ୟମରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବ। ମଙ୍ଗଳବାର ଅପରାହ୍ନରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଯୋଗ ଦେଇ ନୂତନ ବାରବାଟୀ ଷ୍ଟାଡିୟମ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ଓସିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୩୦ଜିଲ୍ଲାର ମୋଟ ୪୧ଟି କ୍ରିକେଟ ଏକାଡେମୀ ମଧ୍ୟ ଉଦ୍‌‌ଘାଟିତ ହେବ।

ଏହି ନବ ନିର୍ମାଣରେ ଆଧୁନିକତା ସହ ଓଡ଼ିଶା କଳା ସଂସ୍କୃତିକୁ ମଧ୍ୟ ପ୍ରଦର୍ଶିତ କରାଯିବ। ଆଜି ଅପରାହ୍ନ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ ଗାୟିକା ନେହା କକ୍କର ଓ ତାଙ୍କ ଗ୍ରୁପଙ୍କ ସହ ଓଡ଼ିଶାର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିବେ । କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୦ହଜାର ଦର୍ଶକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବେ ସାଧାରଣ ଦର୍ଶକଙ୍କ ପାଇଁ ୧ ନମ୍ବର ୨ ନମ୍ବର ଓ ୫ ନମ୍ବର ଗ୍ୟାଲେରୀ ଖୋଲା ରହିବ ।

ଷ୍ଟାଡିୟମରେ ଦର୍ଶକ କ୍ଷମତା ୬୦ ହଜାରକୁ ବୃଦ୍ଧି କରାଯାଉଥିବା ବେଳେ ସମସ୍ତ ସିଟକୁ ବକେଟ ସିଟ୍ ରେ ପରିବର୍ତ୍ତିତ କରାଯିବ ବୋଲି କହିଛି ଓସିଏ । ସେପଟେ ବାରବାଟୀ ଷ୍ଟାଡିୟମର ଐତିହ୍ୟକୁ ସମ୍ପୂର୍ଣ୍ଣ ଧୂଳିସାତ କରାଯିବା ନେଇ ଯେଉଁ ଆଲୋଚନା ଚାଲିଛି ତାହା ଭୂଲ ଏବଂ ଐତିହ୍ୟ ଗୁଡ଼ିକୁ ଅକ୍ଷୁର୍ଣ୍ଣ ରଖି ଏହି ନବ ନିର୍ମାଣର ପରିକଳ୍ପନା ଥିବା କହିଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରା ।

Tags: