ଆଜି ସୁଆଣ୍ଡୋ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପିପିଲି : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ପ୍ରକଳ୍ପର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରିବେ । ୧୧ଟାରେ ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ପ୍ରଥମେ ଗାଁମୁଣ୍ଡରେ ଥିବା ଶିବ ମନ୍ଦିରକୁ ଯିବେ । ସେଠାରୁ ବ୍ୟାଟେରୀ ଗାଡ଼ିରେ ଉତ୍କଳମଣିଙ୍କ ଜନ୍ମସ୍ଥାନକୁ ଯିବେ ମୁଖ୍ୟମନ୍ତ୍ରୀ ଏହାପରେ ନବନିର୍ମିତ ପ୍ରକଳ୍ପ ସ୍ଥଳ […]

Samaya Live Picture
Published On

ପିପିଲି : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ପ୍ରକଳ୍ପର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରିବେ । ୧୧ଟାରେ ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ପ୍ରଥମେ ଗାଁମୁଣ୍ଡରେ ଥିବା ଶିବ ମନ୍ଦିରକୁ ଯିବେ । ସେଠାରୁ ବ୍ୟାଟେରୀ ଗାଡ଼ିରେ ଉତ୍କଳମଣିଙ୍କ ଜନ୍ମସ୍ଥାନକୁ ଯିବେ ମୁଖ୍ୟମନ୍ତ୍ରୀ ଏହାପରେ ନବନିର୍ମିତ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଏହାର ଲୋକାର୍ପଣ କରିବା ସହ ଆୟୋଜିତ ସଭାରେ ଯୋଗଦେବେ। ପ୍ରକଳ୍ପ ଲୋକର୍ପଣ କରିବା ଅବସରରେ ସେ ଏକ ଘଣ୍ଟା ସୁଆଣ୍ଡୋରେ ରହିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୫ କୋଟି ୮୦ ଲକ୍ଷ ଟଙ୍କାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋ ଗାଁ ଇତିମଧ୍ୟରେ ନୂଆ ରୂପ ପାଇଛି। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରଙ୍ଗବେରଙ୍ଗ ଫୁଲରେ ସଜେଇ ହୋଇଛି । ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ପୀଠରେ ଉତ୍କଳମଣିଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘର, ଜନ୍ମପୀଠ ପରିକ୍ରମା ରାସ୍ତା ସହିତ ସଂଗ୍ରହାଳୟ ସହ ସୂଚନା କେନ୍ଦ୍ର କାର୍ଯ୍ୟ ମଧ୍ୟ ସରିଛି । ଏହାସହିତ ନିର୍ମାଣ ହୋଇଛି ଶିଶୁ ପାର୍କ । ୨୫ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କାର୍ଯ୍ୟ ହୋଇଛି । ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ପୁନଃବିକଶିତ ଜନ୍ମପୀଠ ପ୍ରକଳ୍ପର ଲୋକାର୍ପଣ ଥିବାରୁ ଅଞ୍ଚଳବାସୀ ବେଶ୍‌ ଉତ୍ସାହିତ ଅଛନ୍ତି ।

Tags: