୧୬ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ଼ ସୋ’କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀରେ ବିଶାଳ ରୋଡ଼ ଶୋ କରିବେ ମୁଖ୍ୟମନ୍ତ୍ରୀ I ରୋଡ଼ ସୋ’ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି I ଆସନ୍ତା ମେ ୧୬ତାରିଖରେ ରାଜଧାନୀରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିବାକୁ ଯାଉଛନ୍ତି I ଗଙ୍ଗନଗର ଛକରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ । ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫସି ବ୍ୟାଙ୍କ ଛକ, ନୂଆ ସାହି, ବେହେରା ସାହି, ନିକ୍କୋ ପାର୍କ ଛକ ଓ ବାୟାବାବା ମଠ ଦେଇ ରୂପାଲି ଛକ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ବିଶାଳ ରୋଡ଼ ଶୋ କରିବେ ମୁଖ୍ୟମନ୍ତ୍ରୀ I ରୋଡ଼ ସୋ’ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି I ଆସନ୍ତା ମେ ୧୬ତାରିଖରେ ରାଜଧାନୀରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିବାକୁ ଯାଉଛନ୍ତି I ଗଙ୍ଗନଗର ଛକରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ । ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫସି ବ୍ୟାଙ୍କ ଛକ, ନୂଆ ସାହି, ବେହେରା ସାହି, ନିକ୍କୋ ପାର୍କ ଛକ ଓ ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଚାଲିବ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ । ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ବେଳେ ବ୍ୟାରିକେଡିଂ କରାଯିବ । ଏହାସହ କର୍ଡନ ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ । ଏହି ସମୟରେ ସିନିୟର ପୁଲିସ ଅଫିସର ମାନେ ଉପସ୍ଥିତ ରହିବେ। ଉଚ୍ଚ ବିଲ୍ଡିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ ବୋଲି ଭୁବନେଶ୍ବର ଡ଼ିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Tags: