ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ଅଭିଯୋଗ ଶୁଣିବାପାଇଁ ବିଭିନ୍ନ ସ୍ଥାନରୁ ଅଭିଯୋଗ ନେଇ ଆସିଛନ୍ତି ଅଭିଯୋଗକାରୀ I ଆଜି ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ହେବ। ଏଥିପାଇଁ ଲୋକେ ଦିନ ୮ଟାରୁ ୧୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରିପାରିବେ। ଏହା ସହ ଇମେଲ ଓ ମେସେଜ୍ ମାଧ୍ୟମରେ ମଧ୍ୟ ଲୋକେ ସେମାନଙ୍କ ଅଭିଯୋଗ କରିପାରିବେ। ଭିନ୍ନକ୍ଷମ, ବୃଦ୍ଧଙ୍କ ପାଇଁ ସ୍ବତନ୍ତ୍ର ପଞ୍ଜିକରଣ ବ୍ୟବସ୍ଥା […]

Samaya Live Picture
Published On

ଭୁବନେଶ୍ୱର : ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ଅଭିଯୋଗ ଶୁଣିବାପାଇଁ ବିଭିନ୍ନ ସ୍ଥାନରୁ ଅଭିଯୋଗ ନେଇ ଆସିଛନ୍ତି ଅଭିଯୋଗକାରୀ I ଆଜି ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ହେବ। ଏଥିପାଇଁ ଲୋକେ ଦିନ ୮ଟାରୁ ୧୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରିପାରିବେ। ଏହା ସହ ଇମେଲ ଓ ମେସେଜ୍ ମାଧ୍ୟମରେ ମଧ୍ୟ ଲୋକେ ସେମାନଙ୍କ ଅଭିଯୋଗ କରିପାରିବେ। ଭିନ୍ନକ୍ଷମ, ବୃଦ୍ଧଙ୍କ ପାଇଁ ସ୍ବତନ୍ତ୍ର ପଞ୍ଜିକରଣ ବ୍ୟବସ୍ଥା ହୋଇଛି। ବର୍ଷା ପାଇଁ ଟେଣ୍ଟ କରାଯାଇଛି। ପ୍ରଥମେ ପଞ୍ଜିକରଣ ହେବା ପରେ ପ୍ରତୀକ୍ଷା କକ୍ଷରେ ରହିବେ ସାଧାରଣ ଅଭିଯୋଗକାରୀ। ତାପରେ କ୍ରମାଙ୍କ ଅନୁଯାୟୀ ଜଣ ଜଣ କରି ଅଭିଯୋଗର ଶୁଣାଣି କରାଯିବ। ମୁଖ୍ୟମନ୍ତ୍ରୀ ନିଜେ ଶୁଣାଣି କରିବେ।

ସୂଚନାନୁସାରେ,ଜୁଲାଇ ୧ରୁ ପ୍ରଥମେ ଶୁଣାଣି ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ଆରମ୍ଭ ହୋଇଛି। ପ୍ରତି ସୋମବାର ଦିନ ୧୧ଟାରୁ ମୋହନ ମାଝୀ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବେ।

Tags: