ଆସନ୍ତା ୨୪ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୪ ତାରିଖରେ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପ୍ରଚାର ଆରମ୍ଭ କରିବେ। ୨୦୧୯ ଭଳି ଏଥର ମଧ୍ୟ ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ନବୀନ। ଆସନ୍ତା ଏପ୍ରିଲ ୨୪ ରେ ସକାଳ ୧୦:୩୦ ରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। […]
ଭୁବନେଶ୍ୱର : ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୪ ତାରିଖରେ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପ୍ରଚାର ଆରମ୍ଭ କରିବେ। ୨୦୧୯ ଭଳି ଏଥର ମଧ୍ୟ ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ନବୀନ।
ଆସନ୍ତା ଏପ୍ରିଲ ୨୪ ରେ ସକାଳ ୧୦:୩୦ ରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ତା’ପରେ ସେ ସକାଳ ୧୧:୩୦ ରେ ଶେରଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ। ତାଙ୍କ ସହ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ସୂଚନାନୁସାରେ,ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ସେହି ଦିନ ସେ ପ୍ରଥମେ ତାରା ତାରିଣୀ ମନ୍ଦିର ଯିବେ। ପରେ ନାମାଙ୍କନପତ୍ର ଦାଖଲ କରି ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବାର ଯୋଜନା ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାର ଏକ ମାରାଥନ୍ ଅଭିଯାନ କାର୍ୟ୍ୟକ୍ରମ କରିବେ ବୋଲି ସୂଚନା ରହିଛି ।




