୧୩ରେ ରଥଯାତ୍ରା ସମୀକ୍ଷା ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଚଳିତ ମାସ ୧୩ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରାର ତୃତୀୟ ତଥା ଶେଷ ସମନ୍ବୟ ବୈଠକ I ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିବେ। ଏହାସହ ଆଇନ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଓ ଅନ୍ୟ ବିଭାଗର ପଦସ୍ଥ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଉ ୧୨ ଦିନ ପରେ […]
ଭୁବନେଶ୍ୱର : ଚଳିତ ମାସ ୧୩ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରାର ତୃତୀୟ ତଥା ଶେଷ ସମନ୍ବୟ ବୈଠକ I ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିବେ। ଏହାସହ ଆଇନ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଓ ଅନ୍ୟ ବିଭାଗର ପଦସ୍ଥ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଉ ୧୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତେବେ ୧୩ ତାରିଖର ଏହି ବୈଠକ ପୂର୍ବରୁ ୧୨ ତାରିଖରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ ବୋଲି ସ୍ଥିର ହୋଇଛି।




