ନିଜ କ୍ୱାର୍ଟରକୁ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ୱ କ୍ୱାର୍ଟରରେ ଗୃହ ପ୍ରବେଶ କରିଛନ୍ତି । ଭୁବନେଶ୍ବର ଏଜି ଅଫିସରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି । ପୁରୀରୁ ୧୧ ଜଣ ବ୍ରାହ୍ମଣ ଆସି ଏହି ପୂଜା କରିଥିବା ଜଣାପଡ଼ିଛି । ପ୍ରଥମେ ୨ଟି ଗାଈ ନନ୍ଦା ଓ ନନ୍ଦିନୀଙ୍କୁ ପୂଜା କରି ସେମାନଙ୍କୁୂ ଗୃହରେ ପ୍ରବେଶ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ସପରିବାର ସହିତ ଘରେ […]

Samaya Live Picture
Published On

ଭୁବନେଶ୍ଵର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ୱ କ୍ୱାର୍ଟରରେ ଗୃହ ପ୍ରବେଶ କରିଛନ୍ତି । ଭୁବନେଶ୍ବର ଏଜି ଅଫିସରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି । ପୁରୀରୁ ୧୧ ଜଣ ବ୍ରାହ୍ମଣ ଆସି ଏହି ପୂଜା କରିଥିବା ଜଣାପଡ଼ିଛି । ପ୍ରଥମେ ୨ଟି ଗାଈ ନନ୍ଦା ଓ ନନ୍ଦିନୀଙ୍କୁ ପୂଜା କରି ସେମାନଙ୍କୁୂ ଗୃହରେ ପ୍ରବେଶ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ସପରିବାର ସହିତ ଘରେ ପ୍ରବେଶ କରିଛନ୍ତି । ପୂର୍ବରୁ ଗାନ୍ଧୀମାର୍ଗ କ୍ବାର୍ଟର୍ସରେ ରହୁଥିଲେ ମୁଖ୍ୟମନ୍ତ୍ରୀ ।

ଗୃହ ପ୍ରବେଶ ସମୟ ୧୦ଟା ୪୭ ମିନିଟ୍ ଥିଲା । ୨ ମହଲା ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କ କ୍ୱାଟର୍ସରେ ଏକାଧିକ ସମ୍ମିଳନୀ କକ୍ଷ ସାଙ୍ଗକୁ ୱାଚ ଟାୱାର ରହିଛି । ଘର ଆଗରେ ବଡ଼ ବଗିଚା ରହିଛି । ୮ ମାସ ଧରି ମୁଖ୍ୟମନ୍ତ୍ରୀ କ୍ୱାଟର୍ସର ମରାମତି ଚାଲିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ରହିବା ପରେ ଦୀର୍ଘ ୨୬ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ କ୍ୱାଟର୍ସରେ ଅବ୍ୟବହୃତ ହୋଇ ପଡ଼ି ରହିଥିଲା ।

ସୂଚନାନୁଯାୟୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଗିରିଧାରୀ ଗମାଙ୍ଗଙ୍କ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୃତୀୟ ବ୍ୟକ୍ତି ଭାବେ ସିଏମ୍ କ୍ଵାର୍ଟରରେ ରହିବେ। ସିଏମ୍‌ଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଗକୁ ଏହିଠାରୁ ମୋହନ ମାଝୀ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିବେ ବୋଲି ସୂଚନା ମିଳିଛି।

 

 

Tags: