ବରପୁତ୍ରଙ୍କୁ ମାଲ୍ୟାର୍ପଣ କରି ସାଧାରଣ ଜନତାଙ୍କ ଦୁଃଖ ଶୁଣିଲେ ଭାବି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାଧାରଣ ଲୋକଙ୍କ ସହ କଥା ହେଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ରାଜଧାନୀରେ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା କିଛି ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି। ଜଣେ ଗରିବ ମହିଳାଙ୍କ ଦୁଃଖ ଶୁଣିଥିଲେ ମୋହନ ମାଝୀ। ଖାଲି ସେତିକି ନୁହେଁ କେତେକ ଅଟୋ ଚାଳକଙ୍କ ସହ ମଧ୍ୟ ସେମାନଙ୍କର ସମସ୍ୟା ନେଇ ଆଲୋଚନା କରିଥିଲେ। ଏଣେ ସେ ପରିବହନ ବିଭାଗର ଜଣେ କର୍ମଚରୀଙ୍କ ଅସୁବିଧା […]

Samaya Live Picture
Published On

ଭୁବନେଶ୍ବର: ସାଧାରଣ ଲୋକଙ୍କ ସହ କଥା ହେଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ରାଜଧାନୀରେ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା କିଛି ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି। ଜଣେ ଗରିବ ମହିଳାଙ୍କ ଦୁଃଖ ଶୁଣିଥିଲେ ମୋହନ ମାଝୀ। ଖାଲି ସେତିକି ନୁହେଁ କେତେକ ଅଟୋ ଚାଳକଙ୍କ ସହ ମଧ୍ୟ ସେମାନଙ୍କର ସମସ୍ୟା ନେଇ ଆଲୋଚନା କରିଥିଲେ। ଏଣେ ସେ ପରିବହନ ବିଭାଗର ଜଣେ କର୍ମଚରୀଙ୍କ ଅସୁବିଧା ଶୁଣିଥିଲେ।

ସମସ୍ତଙ୍କର ଅସୁବିଧା ଦୂର କରିବା ଲାଗି ବିଜେପି ସରକାର ଚେଷ୍ଟା କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏଣେ ସାଧାରଣ ଲୋକେ ଭାବୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର ଓ ମଧୁର କଥାରେ ଖୁସି ପ୍ରକଟ କରିଛନ୍ତି।

ଶପଥ ନେବା ପୂର୍ବରୁ ମୋହନ ମାଝୀ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଛନ୍ତି । ଗୋପବନ୍ଧୁ ଛକରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଲେ ମୋହନ ମାଝୀ । ମାଲ୍ୟାର୍ପଣ ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ମୋହନ ମାଝୀ । କହିଲେ-‘ଶପଥ ପାଠ ପରେ ଶହେ ଦିନର କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇବୁ’ । ‘ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେବ’Iମାଲ୍ୟାର୍ପଣ ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ା। ସେମାନେ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି ।

Tags: