ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର :୨୦୨୪ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ I ଆଜି ନିଜର ପାରମ୍ପରିକ ଆସନ ହିଞ୍ଜିଳିରେ ବିଶାଳ ରାଲିକୁ ସମ୍ବୋଧନ କରିଛନ୍ତି I ଏକ ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ପହଞ୍ଚିବା ପରେ କର୍ମୀମାନେ ତାଙ୍କୁ ବିଶାଳ ଫୁଲମାଳ ଦେଇ ସ୍ୱାଗତ କରିଛନ୍ତି I ଆଜି ସକାଳ ସାଢେ ୧୦ ଟାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିର ସମରଝୋଳରେ ପହଞ୍ଚି ପ୍ରଚାର ଆରମ୍ଭ କରିଛନ୍ତି। ହିଞ୍ଜିଳି ପରେ ଶେରଗଡରେ ଆଉ ଏକ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ ନବୀନ […]

Samaya Live Picture
Published On

ବ୍ରହ୍ମପୁର :୨୦୨୪ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ I ଆଜି ନିଜର ପାରମ୍ପରିକ ଆସନ ହିଞ୍ଜିଳିରେ ବିଶାଳ ରାଲିକୁ ସମ୍ବୋଧନ କରିଛନ୍ତି I ଏକ ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ପହଞ୍ଚିବା ପରେ କର୍ମୀମାନେ ତାଙ୍କୁ ବିଶାଳ ଫୁଲମାଳ ଦେଇ ସ୍ୱାଗତ କରିଛନ୍ତି I ଆଜି ସକାଳ ସାଢେ ୧୦ ଟାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିର ସମରଝୋଳରେ ପହଞ୍ଚି ପ୍ରଚାର ଆରମ୍ଭ କରିଛନ୍ତି। ହିଞ୍ଜିଳି ପରେ ଶେରଗଡରେ ଆଉ ଏକ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଜନସଭାରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଏଥି ସହିତ ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ସଭାରେ ଉପସ୍ଥିତ ରହିଛନ୍ତି।

ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ଜୟ ମା’ ତାରିଣୀ କହି ସଭାକୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ ଇସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିରୋଧୀ ବିକାଶ କାମରେ ବାଧା ଦେବା ସହ ଅପପ୍ରଚାର କରିଛନ୍ତି I ଏଭଳି କରି କେହି କେବେ ସଫଳ ହେବେନି। ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି। ହିଞ୍ଜିଳି ସହ ଓଡ଼ିଶାର ସାଢେ ୪ କୋଟି ଜନତା ତାଙ୍କ ପରିବାର I ଯେଉଁ ମାନଙ୍କର କଲ୍ୟାଣ ପାଇଁ ସେ ଅନେକ ଜନ ହିତକର କାର୍ଯ୍ୟ କରି ଆସୁଛନ୍ତି ଓ ଶେଷ ପର୍ଯ୍ୟନ୍ତ କରିବେ I ଚଳିତ ନିର୍ବାଚନରେ ଆପଣଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ। ବିଜୟ ଧାରା ଜାରି ରହିବ, ଲୋକ ସଭାରେ ବି ବହୁତ ଭଲ କରିବୁ। ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Tags: