ଫୋନରେ ଲୋକଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରି ଲୋକଙ୍କ ସହ କଥା ହେଲେ I ଆଜି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସିଧାସଳଖ କଲ୍ କରି ତାଙ୍କ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ସ୍କୁଲ ରୂପାନ୍ତରୀକରଣ,ମନ୍ଦିର କାମ,ସହିତ ସେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ସମସ୍ୟା କଥା ପଚାରି ବୁଝିଛନ୍ତି I ନିର୍ବାଚନ ତାରିଖ ଘୋଷଣା ହେବାର ପ୍ରାୟ ଏକ ବର୍ଷ ପୂର୍ବରୁ ରାଜ୍ୟ ସରକାର ସମସ୍ତ ଜିଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଘୋଷଣା […]

Samaya Live Picture
Published On

ଭୁବନେଶ୍ୱର : ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରି ଲୋକଙ୍କ ସହ କଥା ହେଲେ I ଆଜି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସିଧାସଳଖ କଲ୍ କରି ତାଙ୍କ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ସ୍କୁଲ ରୂପାନ୍ତରୀକରଣ,ମନ୍ଦିର କାମ,ସହିତ ସେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ସମସ୍ୟା କଥା ପଚାରି ବୁଝିଛନ୍ତି I ନିର୍ବାଚନ ତାରିଖ ଘୋଷଣା ହେବାର ପ୍ରାୟ ଏକ ବର୍ଷ ପୂର୍ବରୁ ରାଜ୍ୟ ସରକାର ସମସ୍ତ ଜିଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଘୋଷଣା କରିବା ସହ ସ୍ଥାନୀୟ କାମ ପାଇଁ ମଧ୍ୟ ଟଙ୍କା ଆବଣ୍ଟନ କରିଛନ୍ତି। ଯେଉଁ କାର୍ଯ୍ୟର ଅଗ୍ରଗତି ଏବେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି। ତେବେ ଲୋକମାନଙ୍କୁ ସିଧାସଳଖ ଫୋନ୍ କଲ୍ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ପ୍ରଥମ ଥର ଦେଖିବାକୁ ମିଳୁଛି। ଯାହା ସାଧାରଣ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।

Tags: