ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା,କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁଳିମାଡ଼ରେ ନିହତ ହୋଇଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୯ ଜଣିଆ ଟିମ୍ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବୋଥ୍ରା ନିଜେ ତଦନ୍ତକାରୀ ଟିମ୍ ସହିତ ଝାରସୁଗୁଡ଼ା ଯାଇଛନ୍ତି। ଏକ ୪ ଜଣିଆ ଟିମ୍ ହେଲିକାପ୍ଟର ସାହାଯ୍ୟରେ ଝାରସୁଗୁଡ଼ା ବାହାରି ସାରିଥିବା ବେଳେ ଅନ୍ୟ ଏକ ୫ ଜଣିଆ […]

Samaya Live Picture
Published On

ଭୁବନେଶ୍ୱର : ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁଳିମାଡ଼ରେ ନିହତ ହୋଇଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୯ ଜଣିଆ ଟିମ୍ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବୋଥ୍ରା ନିଜେ ତଦନ୍ତକାରୀ ଟିମ୍ ସହିତ ଝାରସୁଗୁଡ଼ା ଯାଇଛନ୍ତି। ଏକ ୪ ଜଣିଆ ଟିମ୍ ହେଲିକାପ୍ଟର ସାହାଯ୍ୟରେ ଝାରସୁଗୁଡ଼ା ବାହାରି ସାରିଥିବା ବେଳେ ଅନ୍ୟ ଏକ ୫ ଜଣିଆ ଟିମ୍ ରାସ୍ତା ବାଟ ଦେଇ ଝାରସୁଗୁଡ଼ା ଅଭୁିମୁଖେ ବାହାରିଛନ୍ତି। କ୍ରାଇମବ୍ରାଞ୍ଚ ପ୍ରଥମେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ୍‌ଙ୍କୁ ଜେରା କରିବ। ଏହି ଘଟଣା ସେ କ’ଣ ପାଇଁ ଓ କେଉଁ ଉଦେଶ୍ୟରେ ଘଟାଇଛନ୍ତି ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ବିଷୟରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରିବ।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମଧ୍ୟାହ୍ନ ସମୟରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରାଯାଇଥିଲା । ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ତାଙ୍କୁ ସାମ୍ନାରୁ ଗୁଳିମାଡ କରିଥିଲେ । ତେବେ ସେ କାହିଁକି ମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲେ ସେ ନେଇ କୌଣସି ସୂଚନା ମିଳିପାରିନି । ଗୋପାଳ ଦାସଙ୍କୁ କାବୁ କରି ପୋଲିସ ପଚାରଉଚୁରା କରୁଛି । ତେବେ ସବୁଠାରୁ ବଡ କଥା ହେଲା ଘଟଣାସ୍ଥଳରେ ୪ରୁ ୫ ରାଉଣ୍ଡ ଗୁଳି ଫୁଟିଥିବାବେଳେ, ମନ୍ତ୍ରୀଙ୍କ ଦେହରେ ଗୋଟିଏ ଗୁଳି ବାମ ପଟ ଛାତିରେ ବାଜି ବାହାରି ଯାଇଥିଲା ଇ ଘଟଣା ସ୍ଥଳରୁ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ଚିକିତ୍ସାଳୟ ଓ ତୁରନ୍ତ ପରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା I ଏକ ୫ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ ମଧ୍ୟ ସନ୍ଧ୍ୟା ୭.୧୦ ରେ ସେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ I

Tags: