ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର । କୋଭିଡ ପୂର୍ବରୁ ସିଏମ୍‌ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ ଯୋଗୁ ପ୍ରାୟ ୨ ବର୍ଷ ହେବ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା । ଏହି ସମୟରେ ଆସିଥିବା ଅଭିଯୋଗରୁ ଆଜିସୁଦ୍ଧା ୪୩,୫୩୬ ସମସ୍ୟାର ସମାଧାନ ହୋଇଛି I ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ […]

Samaya Live Picture
Published On

ଭୁବନେଶ୍ୱର : ଆଜି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର । କୋଭିଡ ପୂର୍ବରୁ ସିଏମ୍‌ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ ଯୋଗୁ ପ୍ରାୟ ୨ ବର୍ଷ ହେବ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା । ଏହି ସମୟରେ ଆସିଥିବା ଅଭିଯୋଗରୁ ଆଜିସୁଦ୍ଧା ୪୩,୫୩୬ ସମସ୍ୟାର ସମାଧାନ ହୋଇଛି I ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲି। ସିଏମଓର ଅଫିସରମାନେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନର ବାଟ ବାହାର କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ସିଏମଓ ଗତ ୬ ମାସରେ ରାଜ୍ୟର ୧୯୦ ଜାଗାରେ ଲୋକଙ୍କୁ ଭେଟି ୫୭ ହଜାର ୪୪୨ ପିଟିସନ୍‌ ପାଇଥିଲା। ସେଥିରୁ ୪୩,୫୩୬ ପିଟିସନ୍‌ର ସମାଧାନ ହୋଇପାରିଛି। ୫୭ ହଜାର ପିଟିସନ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ପଡ଼ିଥାନ୍ତା। ଏଥିପାଇଁ ଲୋକଙ୍କ ଯିବା ଆସିବା, ରହିବା ପାଇଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଲୋକଙ୍କ ଦୈନିକ ମଜୁରୀ ମଧ୍ୟ ହାତଛଡ଼ା ହୋଇଥାନ୍ତା। ଲୋକଙ୍କ ପାଖରେ ପହଞ୍ଚି ସେବା ଦେବାରେ ସିଏମଓର ତ୍ରୁଟି ନାହିଁ। କୋଭିଡ ବେଳେ ବି ଏହି ଟିମ୍ ଜିଲ୍ଲା ଗସ୍ତ କରିଥିଲେ। ଜନପ୍ରତିନିଧି ଖୁସି ଅଛନ୍ତି । କିନ୍ତୁ ରାଜନୀତିକରଣ କାରଣ ପାଇଁ ବିରୋଧୀ ଦଳ ନାଖୁସ୍ । ଯେଉଁମାନେ ଏଭଳି ବିରୋଧ କରୁଛନ୍ତି ସେମାନେ ଜନବିରୋଧୀ । ଲୋକମାନେ ସେମାନଙ୍କୁ ଠିକଣା ଜବାବ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତି ଶୁଣିବା ପରେ ପୋଡିୟମ ତଳେ ବିଜେପି ବିଧାୟକ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ବୋଲି ନାରାବାଜି ଦେଇଥିଲେ । ବିରୋଧୀ ସଦସ୍ୟମାନେ ଗଣତନ୍ତ୍ରକୁ ହତ୍ୟା ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ଣ ୪ଟା ଯାଏ ବାଚସ୍ପତି ମୁଲତବି ରଖିଛନ୍ତି

Tags: