ରାଜ୍ୟ ସ୍ତରୀୟ ବର୍ଦ୍ଧିତ ଭତ୍ତା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝରରେ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିଲେ । ପ୍ରଥମେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଲକ୍ଷାଧିକ ଟଙ୍କାର ସହାୟକ ରାଶି ପ୍ରଦାନ କରିଥିଲେ । ଏହାପରେ ୮୦ […]

Samaya Live Picture
Published On

କେନ୍ଦୁଝର: କେନ୍ଦୁଝରରେ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିଲେ । ପ୍ରଥମେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଲକ୍ଷାଧିକ ଟଙ୍କାର ସହାୟକ ରାଶି ପ୍ରଦାନ କରିଥିଲେ । ଏହାପରେ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅନେକ ବିରିଷ୍ଠ ନାଗରିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ୩୫୦୦ ଟଙ୍କାର ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିଲେ । ଆଗରୁ ୧୨୦୦ ଟଙ୍କା ପାଉଥିଲେ ଓ ବୁଧବାର ଠାରୁ ୩୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ । ୪ ଲକ୍ଷ ୭୭ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହାର ଲାଭ ପାଇବେ ଓ କେନ୍ଦୁଝର ଜିଲ୍ଲାର ୧୩ ବ୍ଲକର ୯ ହଜାର ୯୧୩ ହିତାଧିକାରୀ ବର୍ଦ୍ଧିତ ପେନସନ ପାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆ ସରକାରକୁ ୭ ମାସ ହେଲା ଓ ଆମ ସରକାର ଏକାଧିକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି ।

ଅନ୍ୟପଟେ ବଡ଼ବିଲ୍ ମହୋତ୍ସବର ସିଲଭର୍ ଜୁବୁଲି ବି ଉଦଘାଟନ କରିବେ CM। ମୁଖ୍ୟମନ୍ତ୍ରୀଙ୍କ ସହ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡୁ,ତେଲକୋଇ ବିଧାୟକ ଫକୀର ମୋହନ ନାଏକ,ପାଟଣା ବିଧାୟକ ଅଖିଳ ନାଏକ,ଜିଲା ପରିଷଦ ଅଧକ୍ଷା ସାଗରିକା ସାହୁ, ଜିଲ୍ଲାପାଳ ଵିଶାଲ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି ।

Tags: