ମିଶନ ଶକ୍ତି ସ୍କୁଟର ଯାେଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ । ଲୋକସେବା ଭବନ କନଭେନସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯୁଗାନ୍ତକାରୀ ସ୍କୁଟର ଯାେଜନାରେ ୧୫ ହଜାର ମାଆ ନେଇଛନ୍ତି ସ୍କୁଟର। ଆଗକୁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ମାଆ ମାନେ ସ୍କୁଟର ନେବେ । ମିଶନ୍‌ ଶକ୍ତି ମାଧ୍ୟମରେ ମହିଳମାନଙ୍କୁ ସଶକ୍ତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, […]

Samaya Live Picture
Published On

ଭୁବନେଶ୍ୱର : ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ । ଲୋକସେବା ଭବନ କନଭେନସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯୁଗାନ୍ତକାରୀ ସ୍କୁଟର ଯାେଜନାରେ ୧୫ ହଜାର ମାଆ ନେଇଛନ୍ତି ସ୍କୁଟର। ଆଗକୁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ମାଆ ମାନେ ସ୍କୁଟର ନେବେ । ମିଶନ୍‌ ଶକ୍ତି ମାଧ୍ୟମରେ ମହିଳମାନଙ୍କୁ ସଶକ୍ତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଗତି ହିଁ ଶକ୍ତି । ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି । ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତୀ । ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଛି ।

ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକରଣ କାର୍ୟ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଚଳିତ ବଜେଟରେ ୨ହଜାର ୫ଶହ ୫୪ କୋଟି ବ୍ୟୟବରାଦ କରାଯାଇଛି । ଆସନ୍ତା ୫ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ୧୦ହଜାର କୋଟି ଟଙ୍କାର ବ୍ୟବସାୟ ସହାୟତା ଯୋଗାଇବା ପାଇଁ ବ୍ୟୟ ବରାଦ କରାଯାଇଛି । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ଆଜିଠୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ ଇସି ସଦସ୍ୟାମାନଙ୍କୁ ସ୍କୁଟର କିଣିବା ପାଇଁ ସହାୟତା କରାଯାଉଛି। ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି କରାଯାଇଛି। ଯାହା ଫଳରେ ବ୍ୟାଙ୍କରୁ ସେମାନେ ଋଣ ନେଇ ସ୍କୁଟର କିଣିବା ନିଜ କାମ ପାଇଁ ଅନ୍ୟଉପରେ ନିର୍ଭର କରୁନାହାନ୍ତି। ମିଶନଶକ୍ତି ସ୍କୁଟର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ କରାଯାଇଛି। ଆଜି ଏହି ଯୋଜନାରେ ପ୍ରାୟ ୧୫ ହଜାର ମାଆ ସ୍କୁଟର ନେଇଥିବା ବେଳେ ଆଗକୁ ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ମାଆ ସ୍କୁଟର ନେବାର କାର୍ଯ୍ୟକ୍ରମ ରହିଛି।

Tags: