ଭୁବନେଶ୍ୱର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି ଭବନ ଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ। ରାଜ୍ୟର ଆଦିବାସୀ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଭବନ ନବୀନ […]

Samaya Live Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି ଭବନ ଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ। ରାଜ୍ୟର ଆଦିବାସୀ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଭବନ ନବୀନ ଓଡ଼ିଶା ସଶକ୍ତ ଓଡ଼ିଶାର ପରିକଳ୍ପନାକୁ ସାକାର କରିବା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅନୁଯାୟୀ, ଏହି ପ୍ରସ୍ତାବିତ ଭବନର ଆବଶ୍ୟକତା ବିଷୟରେ ବିଭିନ୍ନ ଜନଜାତି ଗୋଷ୍ଠୀ ପକ୍ଷରୁ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା କାର୍ଯ୍ୟକ୍ଷମ ହେଲେ ଆଦିମ ଜନଜାତି ସମେତ ୬୪ଟି ଅନୁସୂଚିତ ଜନଜାତି ବର୍ଗର ଆଦିବାସୀ ଲୋକ ଉପକୃତ ହେବେ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନଙ୍କ ପାଇଁ ସୁବିଧାରେ ରହିବାର ବ୍ୟବସ୍ଥା କରିବ ଏହି ‘ଆଦିବାସୀ ଭବନ’। ଏଥି ସହିତ ଅନୁସୂଚିତ ଜନଜାତି ସମୁଦାୟ ପ୍ରାୟତଃ ଭିନ୍ନ ଭିନ୍ନ ସାଂସ୍କୃତିକ ପ୍ରଥା, ଖାଦ୍ୟ ପସନ୍ଦ ଏବଂ ସାମାଜିକ ମାନଦଣ୍ଡ ବଜାୟ ରଖନ୍ତି । ଏହି ଭବନ ସେମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହିତ ସେମାନଙ୍କ ସାଂସ୍କୃତିକ ସମ୍ବେଦନଶୀଳତାକୁ ମଧ୍ୟ ସମ୍ମାନ ଦେବ। ସେମାନଙ୍କ ପାଇଁ ଏକ ଆନନ୍ଦଦାୟକ ରହିବା ସୁବିଧା ମଧ୍ୟ ଉପଲବ୍ଧ କରିବ।

‘ଆଦିବାସୀ ଭବନ’ରେ ରହିବାର ସୁବିଧା ସହ ସମ୍ମିଳନୀ କକ୍ଷ, କୋରାପୁଟ କଫି କାଫେ ଏବଂ ଆଦିଶାର ଦ୍ବିତୀୟ ଆଉଟଲେଟ୍ ମଧ୍ୟ ରହିବ।

Tags: