୧୧୫୨ ଜଣଙ୍କୁ ନୂଆ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନିଯୁକ୍ତି ପର୍ବରେ ଶୁକ୍ରବାର ମୋଟ୍‌ ୧୧୫୨ ଜଣଙ୍କୁ ମିଳିଲା ନୂତନ ନିଯୁକ୍ତି I ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟାପକ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନୂତନ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଯେଉଁଥିରେ ୯୭୭ ଅଧ୍ୟାପକ, ୮୭ ପଞ୍ଚାୟତ ଉନ୍ନୟନ ଅଧିକାରୀ ଏବଂ ୫୭ ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କର ୩୧ ଜଣ କର୍ମଚାରୀକୁ ନିଯୁକ୍ତି ମିଳିଛି। ନିଜ ନିଜ ଚାକିରି କ୍ଷେତ୍ରରେ ୫-ଟି ଉପକ୍ରମରେ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ […]

Samaya Live Picture
Published On

ଭୁବନେଶ୍ୱର : ନିଯୁକ୍ତି ପର୍ବରେ ଶୁକ୍ରବାର ମୋଟ୍‌ ୧୧୫୨ ଜଣଙ୍କୁ ମିଳିଲା ନୂତନ ନିଯୁକ୍ତି I ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟାପକ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନୂତନ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଯେଉଁଥିରେ ୯୭୭ ଅଧ୍ୟାପକ, ୮୭ ପଞ୍ଚାୟତ ଉନ୍ନୟନ ଅଧିକାରୀ ଏବଂ ୫୭ ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କର ୩୧ ଜଣ କର୍ମଚାରୀକୁ ନିଯୁକ୍ତି ମିଳିଛି। ନିଜ ନିଜ ଚାକିରି କ୍ଷେତ୍ରରେ ୫-ଟି ଉପକ୍ରମରେ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏହି ନିଯୁକ୍ତି ପତ୍ର ପ୍ରଦାନ ଅବସରରେ ନିଷ୍ଠାର ସହ କାମ କରି ରାଜ୍ୟର ଉନ୍ନତିରେ ଭାଗିଦାର ହେବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଛନ୍ତି।

Tags: