ଜୟପୁରରେ ଦକ୍ଷିଣ ଓଡିଶାର ପ୍ରଥମ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଜୟପୁର : ଆଦିବାସୀ ପିଲାଙ୍କୁ ମିଳିବ ବିଶ୍ୱସ୍ତରୀୟ କ୍ରୀଡା ସୁବିଧା I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଦକ୍ଷିଣ ଓଡିଶାର ପ୍ରଥମ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ ଏକର ଜମିରେ ୪୦ କୋଟି ଟଙ୍କାରେ […]

Samaya Live Picture
Published On

ଜୟପୁର : ଆଦିବାସୀ ପିଲାଙ୍କୁ ମିଳିବ ବିଶ୍ୱସ୍ତରୀୟ କ୍ରୀଡା ସୁବିଧା I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଦକ୍ଷିଣ ଓଡିଶାର ପ୍ରଥମ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ ଏକର ଜମିରେ ୪୦ କୋଟି ଟଙ୍କାରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ନିର୍ମାଣ କରାଯାଇଛି । ଗୋଟିଏ ସ୍ଥାନରେ ଭଲିବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କ୍ରିକେଟ, ଫୁଟବଲ୍ ଖେଳିବା ପାଇଁ ସୁବିଧା ଉପଲବ୍ଧ କରାଯାଇଛି ।

ଏହି ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ। ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଆମ ପିଲାମାନଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ। ଗାଁ ଓ ଛୋଟ ସହରର ପିଲାମାନେ ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ଏବଂ ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ବିଳମ୍ବ ହେଉପଛେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି ।

Tags: