୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମାନଙ୍କ ମିଳିତ ସମ୍ମିଳନୀ ଆରମ୍ଭ ହୋଇଛି । ଲୋକସେବା ଭବନରେ ୩୦ ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନେଇ ହେଉଥିବା ୨ ଦିନିଆସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଦିନରେ ସବୁ ଜିଲ୍ଲାର ଜିଲ୍ଲିପାଳମାନେ ଯୋଗ ଦେଇଥିବାବେଳେ ଆସନ୍ତାକାଲି ଆରକ୍ଷୀ ଅଧିକ୍ଷକଙ୍କ ସହିତ ରାଜ୍ୟରେ ବହୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଟନା କରିବେ ମୁଖ୍ୟମନ୍ତ୍ରୀ । ଏହି […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମାନଙ୍କ ମିଳିତ ସମ୍ମିଳନୀ ଆରମ୍ଭ ହୋଇଛି । ଲୋକସେବା ଭବନରେ ୩୦ ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନେଇ ହେଉଥିବା ୨ ଦିନିଆସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଦିନରେ ସବୁ ଜିଲ୍ଲାର ଜିଲ୍ଲିପାଳମାନେ ଯୋଗ ଦେଇଥିବାବେଳେ ଆସନ୍ତାକାଲି ଆରକ୍ଷୀ ଅଧିକ୍ଷକଙ୍କ ସହିତ ରାଜ୍ୟରେ ବହୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଟନା କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ୟାର ତ୍ୱରିତ ସମାଧାନ ଓ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ୱ। ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଲେ ଜିଲ୍ଲାପାଳ। ରାଜଧାନୀକୁ ଛାଡିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳଙ୍କୁ ବୁଝାଏ। ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଥାଏ। ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ହାତରେ ରହିଛି। ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଉନ୍ନତିମୂଳକ କାର୍ଯ୍ୟରେ ବିଳମ୍ବ ହେଲେ ଦୁର୍ନୀତି ହୁଏ, ସେଥିପ୍ରତି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ନଜର ରଖନ୍ତୁ। ତ୍ରୟୋମାସିକ ସମୀକ୍ଷା କରି ଉନ୍ନତିମୂଳକ କାର୍ଯ୍ୟର ତଦାରଣ କରନ୍ତୁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତିକୁ ସାଲିସ୍‌‌ କରାଯିବ ନାହିଁ, ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିକୁ ଯାଞ୍ଚ କରି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୋହନ ମାଝୀ ଜିଲ୍ଲାପାଳଙ୍କୁ କହିଛନ୍ତି।

ସେହିପରି ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ ନିର୍ବାଚନ ଏକମାସ ପୂର୍ବରୁ ତାଙ୍କୁ କିପରି ଥାନାରେ ଦୁର୍ବ୍ୟବହାର କରାଯାଇଥିଲା । କେନ୍ଦୁଝର ଥାନାରେ ତାଙ୍କୁ ଗେଟ୍‌ ଆଉଟ୍‌ କହିଥିଲେ ଜଣେ ଥାନା ଅଧିକାରୀ ତାହା ସେ ମନେ ପକାଇବା ସହ ସାଧାରଣ ଲୋକଙ୍କ ପ୍ରତି ପୋଲିସ କିଭଳି ବ୍ୟବହାର କରୁଛି ସେନେଇ ସୂଚନା ଦେଇଥିଲେ ।

ଜଣେ ସିଟିଂ ବିଧାୟକ ଓ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାରେ ଥିବା ଦପ୍ତର ବୁଲିବା ସହ ଅନିୟମିତତା ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସଂପୃକ୍ତ ଥାନା ଅଧିକାରୀଙ୍କୁ ସେ କ୍ଷମା କରିଦେଇଥିବା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Tags: