ବୈତରଣୀ ନଦୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ଆଜି ପବିତ୍ର ମକର ସଂକ୍ରାନ୍ତି । ଉତ୍ତର ଓଡ଼ିଶାରେ ଏହା ଏକ ପ୍ରଧାନ ଗଣପର୍ବ । ବିଶେଷକରି ମୟୁରଭଞ୍ଜ,ବାଲେଶ୍ୱର,କେଉଁଝରରେ ଏହାକୁ ଅତି ଉତ୍ସାହର ସହିତ ପାଳନ କରାଯାଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜିଲ୍ଲା କେନ୍ଦୁଝର ପାଟଣାରେ ପହଞ୍ଚିଛନ୍ତି । ଆଜି ସକାଳେ ସେଠାରେ ବୈତରଣୀ ନଦୀରେ ମକର ବୁଡ଼ ପକାଇ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ନଦୀ […]
କେନ୍ଦୁଝର : ଆଜି ପବିତ୍ର ମକର ସଂକ୍ରାନ୍ତି । ଉତ୍ତର ଓଡ଼ିଶାରେ ଏହା ଏକ ପ୍ରଧାନ ଗଣପର୍ବ । ବିଶେଷକରି ମୟୁରଭଞ୍ଜ,ବାଲେଶ୍ୱର,କେଉଁଝରରେ ଏହାକୁ ଅତି ଉତ୍ସାହର ସହିତ ପାଳନ କରାଯାଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜିଲ୍ଲା କେନ୍ଦୁଝର ପାଟଣାରେ ପହଞ୍ଚିଛନ୍ତି । ଆଜି ସକାଳେ ସେଠାରେ ବୈତରଣୀ ନଦୀରେ ମକର ବୁଡ଼ ପକାଇ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ନଦୀ ଘାଟରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଗତ ରାତିରେ ନୂଆଦିଲ୍ଲୀରୁ ଫେରିବା ପରେ ଆଜିଠୁ ମୁଖ୍ୟମନ୍ତ୍ରୀ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି। ଭୁବନେଶ୍ୱରରୁ ବିମାନରେ ଆସି ସକାଳ ୯ଟା ୪୦ ମିନିଟ୍ ରେ ରାଇସୁଆଁ ଏୟାର ଷ୍ଟ୍ରିପ୍ରେ ପହଞ୍ଚିଥିଲେ । ଏହାପରେ ସେଠାରୁ କେନ୍ଦୁଝର ଦେଇ ସଡ଼କ ପଥରେ ୧୦ ଟା ୪୦ ମିନିଟ୍ରେ ପାଟଣାରେ ପହଞ୍ଚିଥିଲେ ।




