ରାଜ୍ୟର ସମସ୍ତ ଦୁର୍ଗାପୂଜା ପେଣ୍ଡାଲର ଭଡା ଛାଡ଼ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମା’ ମହାମାୟାଙ୍କ ଆଗମନ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ଏହି ଅବସରରେ ପୂଜା କମିଟି ଗୁଡିକ ପାଇଁ ଏକ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ସମସ୍ତ ପୂଜା ପେଣ୍ଡାଲ ଗୁଡିକ ପାଇଁ ଭଡା ଛାଡ଼ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବା ପରେ […]
ଭୁବନେଶ୍ୱର : ମା’ ମହାମାୟାଙ୍କ ଆଗମନ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ଏହି ଅବସରରେ ପୂଜା କମିଟି ଗୁଡିକ ପାଇଁ ଏକ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ସମସ୍ତ ପୂଜା ପେଣ୍ଡାଲ ଗୁଡିକ ପାଇଁ ଭଡା ଛାଡ଼ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବା ପରେ ଏହି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପୂଜା କମିଟି ଆୟୋଜକଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି ।




