୮ ଜଣିଆ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଗଢ଼ାହେବ ଉତ୍ତର ଓଡ଼ିଶା ବିକାଶ ପରିଷଦ । ଏହି ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଟାସ୍କ ଫୋର୍ସରେ ୮ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର […]
ଭୁବନେଶ୍ୱର : ରାଜ୍ୟରେ ଗଢ଼ାହେବ ଉତ୍ତର ଓଡ଼ିଶା ବିକାଶ ପରିଷଦ । ଏହି ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଟାସ୍କ ଫୋର୍ସରେ ୮ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଏମ୍ପି ପ୍ରତାପ ଷଡଙ୍ଗୀ, କେନ୍ଦୁଝର ଏମ୍ପି ଅନନ୍ତ ନାୟକ, ବିଧାୟକ ପଦ୍ମ ଚରଣ ହାଇବୁରୁ, ବିଧାୟକ ସନାତନ ମହାକୁଡ଼, ବିଧାୟକ ଫକୀର ମୋହନ ନାୟକ ଓ ବିଧାୟକ ଅଶୋକ କୁମାର ଦାସ ଅଛନ୍ତି । ଚଳିତ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉତ୍ତର ଓ ବିକାଶ ପରିଷଦ ସ୍ଥାପନ ଲାଗି ଏକ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସ୍ବାଗତ କରିଥିଲେ ।
ସୂଚନାନୁସାରେ, ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିୟମିତ ଭାବେ ଲୋକଙ୍କର ଅଭିଯୋଗ ଶୁଣାଣି କରୁଛନ୍ତି । ଏଥିସହିତ ରାଜ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।




