ବସ୍ତି ବାସିନ୍ଦାଙ୍କ ଭୂମି ପ୍ରମାଣପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସହରାଞ୍ଚଳ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ I ବସ୍ତିରୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଥିବା ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାଗା ମିସନ୍‌ ଅଧୀନରେ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ରମାଣପତ୍ର(ଏଲ୍‌ଆରସି)ବାଣ୍ଟିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜାଗା ମିସନ ଗରିବଙ୍କୁ ଏକ ନୂଆ ପରିଚୟ ଦେଇଛି। ଏଭଳି ପ୍ରମାଣପତ୍ର ବା […]

Samaya Live Picture
Published On

ଭୁବନେଶ୍ୱର : ସହରାଞ୍ଚଳ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ I ବସ୍ତିରୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଥିବା ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାଗା ମିସନ୍‌ ଅଧୀନରେ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ରମାଣପତ୍ର(ଏଲ୍‌ଆରସି)ବାଣ୍ଟିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜାଗା ମିସନ ଗରିବଙ୍କୁ ଏକ ନୂଆ ପରିଚୟ ଦେଇଛି। ଏଭଳି ପ୍ରମାଣପତ୍ର ବା ଅଧିକାର ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ।

ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ପରେ ୫ଟି ମହାନଗର ନିଗମରେ ଏଭଳି ଏଲ୍‌ଆରସି ବଣ୍ଟନ କରାଯାଇଛି। ୬୫ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି। ଏବେ ଭୂମି ଅଧିକାର ଦିଆଯାଇଛି। ଆଗକୁ ସେହି ଜମିରେ ଘର ତିଆରି କରିବାକୁ ସହାୟତା ପ୍ରଦାନ କରାଯିବ। ଏହା ସହ ସମସ୍ତ ମୌଳିକ ଆବଶ୍ୟକତା ଯୋଗାଇ ଦିଆଯିବ। ରାଜ୍ୟରେ ଆଉ ବସ୍ତି ରହିବନି। ସବୁ ବସ୍ତି ବିଜୁ ଆଦର୍ଶ କଲୋନି ହେବ।

ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲାରେ ଏଲ୍‌ଆରସି ବଣ୍ଟନ କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ।

ସୂଚନାଯୋଗ୍ୟ,୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଜାଗା ମିସନ କାର୍ଯ୍ୟକ୍ରମରେ ସହରାଞ୍ଚଳ ବସ୍ତି ଗୁଡିକରେ ରହୁଥିବା ଗରିବ ପରିବାରଙ୍କୁ ଭୂମି ଅଧିକାର ପ୍ରଦାନ କରାଯାଉଛି। ପୂର୍ବରୁ ୧ ଲକ୍ଷ ୭୦ହଜାରରୁ ଅଧିକ ପରିବାରକୁ ଏହି ଅଧିକାର ମିଳିଥିବା ବେଳେ ଆଜିର କାର୍ଯ୍ୟକ୍ରମକୁ ହିସାବକୁ ନେଲେ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାର ଏହି ଅଧିକାର ହାସଲ କରିଛନ୍ତି। ୪୦ ହଜାର ପରିବାରକୁ ଘର ତିଆରି ସହାୟତା ମଧ୍ୟ ପ୍ରଦାନ କରାଯାଇଛି। କୋରାପୁଟ ଓ ଯାଜପୁର ପୌରାସଂସ୍ଥାକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଏଭଳି କଲୋନି ସ୍ଥାପନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚିକିଟି, ବୌଦ୍ଧ, ଢେଙ୍କାନାଳ ଓ କେସିଙ୍ଗା ପୌରସଂସ୍ଥାକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

Tags: