ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ମକର ସଂକ୍ରାନ୍ତି । ଏହା ଏକ କୃଷି ଭିତ୍ତିକ ପର୍ବ । ଆଜିଠାରୁ ସୂର୍ଯ୍ୟଙ୍କ ଦେବତାଙ୍କର ହେବ ଉତ୍ତରାୟଣ ଗତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଭିଡ଼ିଅ ପୋଷ୍ଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିଠାରୁ ସୂର୍ଯ୍ୟଦେବ ଉତ୍ତରାୟଣ ହୋଇଥାଆନ୍ତି ଏବଂ ଆମ ସଂସ୍କୃତି ଓ ପରମ୍ପରା ଅନୁସାରେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ପବିତ୍ର ମକର ସଂକ୍ରାନ୍ତି । ଏହା ଏକ କୃଷି ଭିତ୍ତିକ ପର୍ବ । ଆଜିଠାରୁ ସୂର୍ଯ୍ୟଙ୍କ ଦେବତାଙ୍କର ହେବ ଉତ୍ତରାୟଣ ଗତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଭିଡ଼ିଅ ପୋଷ୍ଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିଠାରୁ ସୂର୍ଯ୍ୟଦେବ ଉତ୍ତରାୟଣ ହୋଇଥାଆନ୍ତି ଏବଂ ଆମ ସଂସ୍କୃତି ଓ ପରମ୍ପରା ଅନୁସାରେ ତାଙ୍କର ଉପାସନାରୁ ପରିବାର ମଙ୍ଗଳ ଓ ସମୃଦ୍ଧି ହୋଇଥାଏ । ଏହା ଦେଶରେ ଏକ ଅନନ୍ୟ ପରମ୍ପରା । ଶ୍ରୀଜଗନ୍ନାଥ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା କେବଳ ଧର୍ମୀୟ ଉତ୍ସବ ନୁହେଁ ବରଂ ଏହା ଏକ ଭାଇଚାରା, ସାମାଜିକ ସଦଭାବର ଓ ଏକତାର ପ୍ରତୀକ । ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ମହାପ୍ରଭୁଙ୍କ ନିକଟରେ ଏତିକି କାମନା।#MakaraSankranti pic.twitter.com/5xhSRQrXN4

— Mohan Charan Majhi (@MohanMOdisha) January 14, 2025
ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Warm wishes on the auspicious occasion of Makar Sankranti, a festival that celebrates the bounty of nature, the spirit of harvest, and the joy of togetherness.

ପବିତ୍ର ମକର ସଂକ୍ରାନ୍ତି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ସମସ୍ତ ଙ୍କ ଜୀବନ ଶାନ୍ତି ଓ ସମୃଦ୍ଧି ରେ ଭରିଯାଉ ଏହା ହିଁ ମହାପ୍ରଭୁ ଶ୍ରୀ… pic.twitter.com/nQtrBAgK0r

— Kanak Vardhan Singh Deo (Modiji Ka Parivar) (@KVSinghDeo1) January 14, 2025
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ସଭିଙ୍କୁ ସୁଖ ଓ ସମୃଦ୍ଧି ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା।#MakarSankranti pic.twitter.com/HlPDe18WnX

— Pravati Parida (@PravatiPOdisha) January 14, 2025
ଅନ୍ୟପକ୍ଷରେ ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି । ରତ୍ନସିଂହାସନରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି। ମକର ବେଢ଼ା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହଦକାୟ ମକର ତାଡ଼ ହେବାର ପରମ୍ପରା ମଧ୍ୟ ରହିଛି । ସେହିପରି ଅନ୍ୟ ଦେବାଳୟରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ।

Tags: