ବ୍ରାହ୍ମଣୀ ଡଙ୍ଗା ବୁଡି ଘଟଣାରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଳି : ଆଜି ସକାଳେ ବ୍ରାହ୍ମଣୀନଦୀର ରାଜନଗର ଏକମାଣିଆ – କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏକ ଯାତ୍ରୀବାହି ଡ଼ଙ୍ଗା । ଏଥିରେ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ,ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ମୃତବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା […]

Samaya Live Picture
Published On

ଆଳି : ଆଜି ସକାଳେ ବ୍ରାହ୍ମଣୀନଦୀର ରାଜନଗର ଏକମାଣିଆ – କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏକ ଯାତ୍ରୀବାହି ଡ଼ଙ୍ଗା । ଏଥିରେ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ,ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଏହାସହିତ ମୁଖ୍ୟମନ୍ତ୍ରୀ ମୃତବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା ଏହି ଅର୍ଥ ତାଙ୍କ ପରିବାରକୁ ଦେବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ଆଜି ସକାଳେ ୨୫ ଜଣ ଯାତ୍ରୀଙ୍କୁ ଧରି ଡଙ୍ଗାଟି ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡ଼ାଗଡ଼କୁ ଯାଉଥିଲା। କୂଳରୁ କିଛି ବାଟ ଗଲା ପରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। । ଏହି ଘଟଣାରେ ୨ଜଣ ନିଖୋଜ ଥିବା ବେଳେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ଡଙ୍ଗାର ନାଉରିଆ ଏବଂ ଆଉ ଜଣେ ଯାତ୍ରୀଙ୍କର ସୂଚନା ଏପର୍ଯ୍ୟନ୍ତ ମିଳି ପରି ନାହିଁ I

Tags: