୨ଟି ଜାତୀୟ ପ୍ରକଳ୍ପର ଏକତ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ୨ଟି ଏନଏଚ ପ୍ରକଳ୍ପର ଏକତ୍ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା I କାମାକ୍ଷାନଗର-ଡ଼ୁବୁରୀ ୪ ଥାକିଆ ଜାତୀୟ ରାଜପଥ ସହିତ ମୋଟେରୁ ବାନେର ରାଜପଥର ଶୁଭାରମ୍ଭ ହୋଇଛି I ଏହି ରାଜପଥଟି ଭାୟା ଲଡ଼ୁଗାଁ ଦେଇ ଯିବାକୁ ରହିଛି I ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ଲୋକଙ୍କ ଉନ୍ନତିରେ ମୋ ସରକାରର ବିଶ୍ୱାସ । ମୋ ସରକାର ଯୋଗାଯୋଗର ଉନ୍ନତି ବିଶ୍ବାସ […]
ଭୁବନେଶ୍ୱର : ରାଜ୍ୟର ୨ଟି ଏନଏଚ ପ୍ରକଳ୍ପର ଏକତ୍ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା I କାମାକ୍ଷାନଗର-ଡ଼ୁବୁରୀ ୪ ଥାକିଆ ଜାତୀୟ ରାଜପଥ ସହିତ ମୋଟେରୁ ବାନେର ରାଜପଥର ଶୁଭାରମ୍ଭ ହୋଇଛି I ଏହି ରାଜପଥଟି ଭାୟା ଲଡ଼ୁଗାଁ ଦେଇ ଯିବାକୁ ରହିଛି I
ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ଲୋକଙ୍କ ଉନ୍ନତିରେ ମୋ ସରକାରର ବିଶ୍ୱାସ । ମୋ ସରକାର ଯୋଗାଯୋଗର ଉନ୍ନତି ବିଶ୍ବାସ କରେ । ସ୍ୱାଭିମାନ ଅଞ୍ଚଳକୁ ସଂଯୋଗ କରୁଛି ଗୁରୁପ୍ରିୟା ସେତୁ । ବିଜୁ ଏକ୍ସପ୍ରେସ ଓ୍ୱେରେ ମଧ୍ୟ ଯୋଗାଯୋଗ ବଢ଼ିଛି । ନିକଟରେ ଦୁଇଟି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଜୟପୁର ଓ ଉତ୍କେଳା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଆଉ ଗୋଟିଏ ବିମାନବନ୍ଦରର କାମ ଚାଲିଛି । ବିକାଶ କାମରେ ସହଯୋଗ କରୁଥିବାରୁ କେନ୍ଦ୍ରକୁ ଧନ୍ୟବାଦ ।
ସେହିପରି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି,ଆଜି ଦୀନବରେ ଧାରା ୩୭୦ ଉଚ୍ଛେଦ ହୋଇଥିଲା I ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ଶାହା I କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ‘ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି । ଏହା ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଜସ୍ର ପ୍ରଶଂସାରେ ପୋତି ପକାଇଛନ୍ତି I ନବୀନ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ଶାହା କହିବା ସହିତ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତାରିଫ କରିଛନ୍ତି I ପ୍ରାକୃତିକ ବିପର୍ଯ୍ୟୟ ରେ ଓଡିଶା ମୃତ୍ୟୁଶୂନ୍ୟ ରହିଛି ବୋଲି ମନ୍ତବ୍ୟ ଦେଇଛନ୍ତି I




