କେନ୍ଦୁଝର ଟ୍ରକ ଦୁର୍ଘଟଣା ଗ୍ରସ୍ତଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଷଠିଘର ଠାରେ ବରଯାତ୍ରୀ ଶୋଭାଯାତ୍ରା ଉପରେ ଟ୍ରକ ମାଡିଯାଇ ୫ ଜଣଙ୍କ ମୃତ୍ୟୁ ଘଟିଥିଲା I ମୃତକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାଛଡ଼ା ଏହି […]

Samaya Live Picture
Published On

ଭୁବନେଶ୍ୱର : ଗତ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଷଠିଘର ଠାରେ ବରଯାତ୍ରୀ ଶୋଭାଯାତ୍ରା ଉପରେ ଟ୍ରକ ମାଡିଯାଇ ୫ ଜଣଙ୍କ ମୃତ୍ୟୁ ଘଟିଥିଲା I ମୃତକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥରେ ମାନପୁରରୁ ଏକ ବରଯାତ୍ରୀ ଦଳ କନିଆଁ ଘରକୁ ଆସୁଥିବାବେଳେ ଷଠିଘର ନିକଟରେ ଶୁଆକାଟି ପଟୁ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୯ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୬ଜଣଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ବରର ପୁତୁରା ସହିତ ଅନ୍ୟମାନେ ହେଲେ ମାନପୁର ଗ୍ରାମର ଜିତ୍‌ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତିମୁଣ୍ଡା, ଷଠିଘରର ଅମିତ ପାତ୍ର ଓ କେଉଟ ସାହିର ବାପୁନ ଦେହୁରୀ।

ତେଣୁ ଅଘଟଣ ପାରେ ବର ବାହା ନହୋଇ ଫେରିଯାଇଥିଲେ I ଫଳରେ କନ୍ୟା ମଙ୍ଗୁଳା ହୋଇ ରହିଯାଇଛି I ଏହି ଘଟଣା ପରେ ଝିଅ ବାହାଘର ଲାଗି ଉତ୍ସବମୁଖର ଥିବା ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Tags: