ବାରିପଦାରେ ନୂତନ କୋର୍ଟ ବିଲ୍ଡିଂର ଶିଳାନ୍ୟାସ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ନୂତନ କୋର୍ଟ ବିଲ୍ଡିଂର ଶିଳାନ୍ୟାସ ହୋଇଛି I ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ.ଏସ.ମୁରଲୀଧରନ ଭର୍ଚ୍ୟୁଆଲ ମାଧ୍ୟମରେ ଆନୁଷ୍ଠାନିକ ଭାବରେ ଶିଳାନ୍ୟାସ କରିଛନ୍ତି I ଏହି ଅବସରରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ବି ଆର୍ ଷଢଙ୍ଗୀ, ଜଷ୍ଟିସ ଦେବବ୍ରତ ଦାସ ଓ ଜଷ୍ଟିସ ଏ କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ଦିନରୁ ଏହି କୋର୍ଟ ସ୍ଥାନନ୍ତର ନେଇ ପକ୍ରିୟା ଆରମ୍ଭ ହୋଇଥିବା […]
ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ନୂତନ କୋର୍ଟ ବିଲ୍ଡିଂର ଶିଳାନ୍ୟାସ ହୋଇଛି I ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ.ଏସ.ମୁରଲୀଧରନ ଭର୍ଚ୍ୟୁଆଲ ମାଧ୍ୟମରେ ଆନୁଷ୍ଠାନିକ ଭାବରେ ଶିଳାନ୍ୟାସ କରିଛନ୍ତି I ଏହି ଅବସରରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ବି ଆର୍ ଷଢଙ୍ଗୀ, ଜଷ୍ଟିସ ଦେବବ୍ରତ ଦାସ ଓ ଜଷ୍ଟିସ ଏ କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଦୀର୍ଘ ଦିନରୁ ଏହି କୋର୍ଟ ସ୍ଥାନନ୍ତର ନେଇ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ସବୁ ଦୃଷ୍ଟିକୁ ନଜରରେ ରଖି ୧୮ନଂ ଜାତୀୟ ରାଜପଥ ପାର୍ଶ୍ବ ବାରିପଦା ମଣ୍ଡଳ କାରଗାର ପରିସର ମୁର୍ଗାବାଡିଠାରେ ସ୍ଥାନକୁ ଚୟନ କରାଯାଇଥିଲା। ଏହି ସ୍ଥାନ କୋର୍ଟ ପରିସରର ପାଇଁ ଉପଯୁକ୍ତ ବୋଲି ବିଚାରପତି ମାନେ ସମ୍ମତି ପ୍ରଦାନ କରିବା ପରେ ଆଜି ସେହି ସ୍ଥାନରେ ନୂତନ ବିଲ୍ଡିଂ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରାଜଜଙ୍କ ସମେତ ଅଦାଲତର ସମସ୍ତ ବିଚାରପତି, ସ୍ଥାନୀୟ ଓକିଲ ସଂଘର ସଭାପତି, ସମ୍ପାଦକ ସମେତ ଅନ୍ୟ ନେତୃବୃନ୍ଦ, ଆଇନଜୀବୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।




