ଆଜିଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର : ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୧୭ ତାରିଖ ଯାଏ ଓଡିଶାରେ ରହି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ରାଜୀବ କୁମାରଙ୍କ ନେତୃତ୍ୱରେ ୭ ଜଣିଆ ଟିମ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ଇଭିଏମ୍ ସ୍ଥିତି ଓ ବୁଥ୍ ସ୍ତରରେ ପ୍ରସ୍ତୁତି ସମୀକ୍ଷା କରିବେ । ଫେବୃଆରୀ ୧୬ ଅର୍ଥାତ୍‌ ଶୁକ୍ରବାର ନିର୍ବାଚନ କମିଶନର ରାଜୀବ କୁମାର ବିଭିନ୍ନ ଜାତୀୟ ଏବଂ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୧୭ ତାରିଖ ଯାଏ ଓଡିଶାରେ ରହି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ରାଜୀବ କୁମାରଙ୍କ ନେତୃତ୍ୱରେ ୭ ଜଣିଆ ଟିମ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।

ଗସ୍ତ ଅବସରରେ ଇଭିଏମ୍ ସ୍ଥିତି ଓ ବୁଥ୍ ସ୍ତରରେ ପ୍ରସ୍ତୁତି ସମୀକ୍ଷା କରିବେ । ଫେବୃଆରୀ ୧୬ ଅର୍ଥାତ୍‌ ଶୁକ୍ରବାର ନିର୍ବାଚନ କମିଶନର ରାଜୀବ କୁମାର ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ପଦାଧିକାରୀ, ଡିଇଓ,ଏସପି, ସିପି ଏବଂ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରଦିନ ଅର୍ଥାତ ୧୭ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଏବଂ ଏନଫୋର୍ସମେଣ୍ଟ ଏଜେନ୍ସିଙ୍କ ସହ ନିର୍ବାଚନ ବାବଦରେ ସମୀକ୍ଷା କରିବେ।

Tags: