ଖୁବ ଶୀଘ୍ର ଫେରସ୍ତ ହେବ ଚିଟଫଣ୍ଡ ଟଙ୍କା

ଭୁବନେଶ୍ବର : ଖୁବ ଶୀଘ୍ର ଫେରସ୍ତ ହେବ ଚିଟଫଣ୍ଡ ଟଙ୍କା । ଟଙ୍କା ଫେରାଇବା ନେଇ ଚିନ୍ତା କରାଯାଉଛି । ଶୀଘ୍ର ନିଷ୍ପତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇ ଶେଷ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । କମିଶନ ରିପୋର୍ଟ ସାର୍ବଜନୀନ କରାଯିବ କି ପ୍ରଶ୍ନରେ ମନମୋହନ ସୂଚନା ଦେଇଛନ୍ତି ଯେ, ସରକାର ତା ଉପରେ ଅନୁଧ୍ୟାନ କରୁଛନ୍ତି । ରିପୋର୍ଟ କେମିତି ଉପସ୍ଥାପନ କରାଯିବ ସରକାର ଚିନ୍ତା କରୁଛନ୍ତି । […]

Samaya Live Picture
Published On

ଭୁବନେଶ୍ବର : ଖୁବ ଶୀଘ୍ର ଫେରସ୍ତ ହେବ ଚିଟଫଣ୍ଡ ଟଙ୍କା । ଟଙ୍କା ଫେରାଇବା ନେଇ ଚିନ୍ତା କରାଯାଉଛି । ଶୀଘ୍ର ନିଷ୍ପତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇ ଶେଷ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । କମିଶନ ରିପୋର୍ଟ ସାର୍ବଜନୀନ କରାଯିବ କି ପ୍ରଶ୍ନରେ ମନମୋହନ ସୂଚନା ଦେଇଛନ୍ତି ଯେ, ସରକାର ତା ଉପରେ ଅନୁଧ୍ୟାନ କରୁଛନ୍ତି । ରିପୋର୍ଟ କେମିତି ଉପସ୍ଥାପନ କରାଯିବ ସରକାର ଚିନ୍ତା କରୁଛନ୍ତି । ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ଵ ଥିଲା କଲେ ନାହିଁ । ଏ ସରକାର ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।

Tags: