ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଭ୍ରାଟ,କ୍ଷମା ମାଗିଲେ କୁଳପତି

ବାରିପଦା : ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ଅନ୍ଧାର ନେଇ କ୍ଷମା ମାଗିଲେ କୁଳପତି । ବିଦ୍ୟୁତ ବିଭ୍ରାଟ ପାଇଁ MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି । ସେ କ୍ଷମା ମାଗିବା ସହ ଏଭଳି ତ୍ରୁଟି ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ବିଲଡିଂ ଇଡକୋ ତିଆରି କରିଥିଲା, ଜେନେରେଟର ବି ସଜାଡ଼ିଥିଲା। ଘଟଣା ସମୟରେ ୮ ଜଣ ଇଡକୋ ଅଧିକାରୀ ଉପସ୍ଥିତ ଥିଲେ । ଏପରିକି ପୂର୍ବରୁ ବିଦ୍ୟୁତ୍ ସରବରାହର ବ୍ୟବସ୍ଥାର […]

Samaya Live Picture
Published On

ବାରିପଦା : ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ଅନ୍ଧାର ନେଇ କ୍ଷମା ମାଗିଲେ କୁଳପତି । ବିଦ୍ୟୁତ ବିଭ୍ରାଟ ପାଇଁ MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି । ସେ କ୍ଷମା ମାଗିବା ସହ ଏଭଳି ତ୍ରୁଟି ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ବିଲଡିଂ ଇଡକୋ ତିଆରି କରିଥିଲା, ଜେନେରେଟର ବି ସଜାଡ଼ିଥିଲା। ଘଟଣା ସମୟରେ ୮ ଜଣ ଇଡକୋ ଅଧିକାରୀ ଉପସ୍ଥିତ ଥିଲେ । ଏପରିକି ପୂର୍ବରୁ ବିଦ୍ୟୁତ୍ ସରବରାହର ବ୍ୟବସ୍ଥାର ଯାଞ୍ଚ ମଧ୍ୟ ସରିଥିଲା । ୩ ଦିନ ପର୍ଯ୍ୟନ୍ତ ହଲକୁ ବିଦ୍ୟୁତ୍ ସରବରାହର ରିହର୍ଲସଲ ମଧ୍ୟ ସରିଥିଲା । ଡେଡିକେଟେଡ ଜେନେରେଟର ଥିଲା, ସେଇଟା ବି କାମ ଦେଲାନି। କିନ୍ତୁ କାହିଁକି ବିଦ୍ୟୁତ୍ କଟିଲା ତାହା ଯାଞ୍ଚ ପରେ ଜଣାପଡିବ । ଏଭଳି ହେବା ଉଚିତ୍ ନୁହେଁ, ମୋତେ ବହୁତ ଅପମାନ ଲାଗିଛି । ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା,ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରୁଛି I ଏସବୁ ପାଇଁ ମୋତେ ଯଦି ଇସ୍ତଫା ଦେବାକୁ ପଡେ ତେବେ ଇସ୍ତଫା ମଧ୍ୟ ଦେଇଦେବି । ବୋଲି କହିଛନ୍ତି କୁଳପତି ଡ. ସନ୍ତୋଷ କୁମାର ତ୍ରିପାଠୀ । ଏନେଇ କେନ୍ଦ୍ରାଞ୍ଚଳ ଆରଡିସି ଏକ ବୈଠକ ଡକାଇଛନ୍ତି । କାହିଁକି ବିଜୁଳି କଟିଲା ବୈଠକରେ ସେନେଇ ଫୁଙ୍ଖାନୁପୁଙ୍ଖ ତର୍ଜମା ହେବ I

ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଉଥିବାବେଳେ ଅଚାନକ ଲାଇଟ କଟିଯାଇଥିଲା । ଷ୍ଟେଜରେ ରାଷ୍ଟ୍ରପତି ଥିବା ବେଳେ ପୁରା ଅଡିଟୋରିଅମ ଅନ୍ଧାର ହୋଇଗଲା I ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି। ଏହି ସମୟରେ ପୁରା ହଲ୍ କିଟିକିଟି ଅନ୍ଧାର ହୋଇ ଯାଇଥିଲା। ଏପରିକି ତାଙ୍କ ସୁରକ୍ଷାକର୍ମୀ ବି ଦିଶିଲେ ନାହିଁ । ପୁରା ୯ ମିନିଟ ଯାଏ ଏପରି ଅନ୍ଧାର ହୋଇଥିଲା।

ଅନ୍ୟପଟେ ସମାବର୍ତନ ଉତ୍ସବ ପାଇଁ ବିଦ୍ୟୁତ ଯୋଗାଇ ଦେଇଥିବା ଟାଟା ପାୱାର ତାର କିଛି ଭୁଲ୍ ନଥିବା କହିଛି । ସଭାସ୍ଥଳର ପ୍ୟାନେଲ ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦେବା ତାର ଦାୟିତ୍ୱ ଥିଲା, ବାକି କାମ ବିଶ୍ୱବିଦ୍ୟାଳୟର କହି ହାତ ଝାଡି ଦେଇଛନ୍ତିି ଟାଟା ପାୱାର କର୍ତୃପକ୍ଷ ।

Tags: