ମାଟ୍ରିକ ରେଜଲ୍ଟ ବାହାରିବାର ୭ ଦିନ ମଧ୍ୟରେ ମିଳିବ ସାର୍ଟିଫିକେଟ
ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବଡ଼ ଘୋଷଣା I ରେଜଲ୍ଟ ବାହାରିବାର ୭ ଦିନ ମଧ୍ୟରେ ମିଳିବ ସାର୍ଟିଫିକେଟ I ଚଳିତବର୍ଷ ପ୍ରଥମଥର ପାଇଁ ଏହି ବ୍ୟବସ୍ଥା ହୋଇଛି I ଡିଜିଟାଲ ମୋଡ଼ରେ ଅନଲାଇନ ମାଧ୍ୟମରେ ଏହି ସାର୍ଟିଫିକେଟ ଉପଲବ୍ଧ ହେବ I ତେବେ ସ୍କୁଲ ଖୋଲିବାର ଏକ ମାସ ମଧ୍ୟରେ ସ୍କୁଲରୁ ଛାତ୍ରଛାତ୍ରୀ ଏହାର ହାର୍ଡ କପି ପାଇପାରିବେ I ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି I ସୂଚନାନୁସାରେ,୧୫ […]
ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବଡ଼ ଘୋଷଣା I ରେଜଲ୍ଟ ବାହାରିବାର ୭ ଦିନ ମଧ୍ୟରେ ମିଳିବ ସାର୍ଟିଫିକେଟ I ଚଳିତବର୍ଷ ପ୍ରଥମଥର ପାଇଁ ଏହି ବ୍ୟବସ୍ଥା ହୋଇଛି I ଡିଜିଟାଲ ମୋଡ଼ରେ ଅନଲାଇନ ମାଧ୍ୟମରେ ଏହି ସାର୍ଟିଫିକେଟ ଉପଲବ୍ଧ ହେବ I ତେବେ ସ୍କୁଲ ଖୋଲିବାର ଏକ ମାସ ମଧ୍ୟରେ ସ୍କୁଲରୁ ଛାତ୍ରଛାତ୍ରୀ ଏହାର ହାର୍ଡ କପି ପାଇପାରିବେ I ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି I
ସୂଚନାନୁସାରେ,୧୫ ତାରିଖରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତାଦେଖା I କଡା ସୁରକ୍ଷା ମଧ୍ୟରେ ୫୫ ଟି କେନ୍ଦ୍ରରେ ଖାତା ଦେଖା ଚାଲିଛି I ହାଇସ୍କୁଲ ସହିତ,ଓପନ ସ୍କୁଲ ଓ ମଧ୍ୟମା ସ୍କୁଲ ଗୁଡିକର ମଧ୍ୟ ଏକ ସହିତ ଖାତା ଦେଖା ଚାଲିଛି I ଚଳିତ ବର୍ଷ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୪ ତାରିଖରେ ସାରିଥିଲା I ଚଳିତ ବର୍ଷ ସମୁଦାୟ ୫ ଲକ୍ଷ ୫୫ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି I




