ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର , ସ୍ତ୍ରୀଙ୍କ ମୃତ୍ୟୁ ଅଳ୍ପକେ ବର୍ତିଲେ ସ୍ୱାମୀ
ବଲାଙ୍ଗୀର : ମୃତ୍ୟୁ କେତେବେଳେ କେଉଁ ରୂପରେ ଆସେ ତାହା କେହି କହି ପାରିବେନାହିଁ I ନିଜ ଗର୍ଭବତୀ ସ୍ତ୍ରୀଙ୍କୁ ଡାକ୍ତର ଚେକ୍ଅପ୍ କରି ଫେରୁଥିବାବେଳେ ସ୍ୱାମୀଙ୍କ ଆଗରେ ଚାଲିଯାଇଛି ସ୍ତ୍ରୀଙ୍କ ଜୀବନ I ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା NH-୨୬ ରେ I ଘଟଣାରୁ ପ୍ରକାଶ ,ଗତକାଲି ରାତି ପ୍ରାୟ ୧୦ଟାରେ ଘୁଷୁରାମୁଣ୍ଡା ଗାଁର ମୁନ୍ନା ସାହୁ ନିଜ ଗର୍ଭବତୀ ସ୍ତ୍ରୀ ପିଙ୍କି ସାହୁ ଙ୍କୁ ନେଇ ବଲାଙ୍ଗିର ମେଡିକାଲ୍କୁ ଚେକ୍ଅପ୍ […]
ବଲାଙ୍ଗୀର : ମୃତ୍ୟୁ କେତେବେଳେ କେଉଁ ରୂପରେ ଆସେ ତାହା କେହି କହି ପାରିବେନାହିଁ I ନିଜ ଗର୍ଭବତୀ ସ୍ତ୍ରୀଙ୍କୁ ଡାକ୍ତର ଚେକ୍ଅପ୍ କରି ଫେରୁଥିବାବେଳେ ସ୍ୱାମୀଙ୍କ ଆଗରେ ଚାଲିଯାଇଛି ସ୍ତ୍ରୀଙ୍କ ଜୀବନ I ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା NH-୨୬ ରେ I
ଘଟଣାରୁ ପ୍ରକାଶ ,ଗତକାଲି ରାତି ପ୍ରାୟ ୧୦ଟାରେ ଘୁଷୁରାମୁଣ୍ଡା ଗାଁର ମୁନ୍ନା ସାହୁ ନିଜ ଗର୍ଭବତୀ ସ୍ତ୍ରୀ ପିଙ୍କି ସାହୁ ଙ୍କୁ ନେଇ ବଲାଙ୍ଗିର ମେଡିକାଲ୍କୁ ଚେକ୍ଅପ୍ ପାଇଁ ଯାଇଥିଲେ I ସେଠାରୁ ଫେରିବା ସମୟରେ ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ଜାମସର ଗାଁ ନିକଟରେ ଏକ ଟ୍ରକକୁ ଓଭରଟେକ କରିବା ସମୟରେ ସାମ୍ନାଆଡୁ ମାଡିଆସିଲା ଆଉଏକ ଗାଡି । ଏହି ସମୟରେ ଦୁର୍ଘଟଣାରୁ ବର୍ତ୍ତିବାକୁ ଚେଷ୍ଟା କରି କାରଟିକୁ ସାଇଡ କରୁଥିବା ସମୟରେ କାର ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା l ତେବେ ଗାଡି ଭିତରୁ ମୁନା ପହଁରିକି କୂଳକୁ ଚାଲି ଆସିଥିବା ବେଳେ ପିଙ୍କି ଆଉ ଆସି ପାରିନଥିଲେ। ଗାଡିଟି ପୁରା ବୁଡି ଯାଇଥିବାରୁ ପିଙ୍କି ଗାଡି ସହ ପାଣି ଭତରେ ଦୁଇ ଘଣ୍ଟାରୁ ଅଧିକ ସମୟ ରହି ଯାଇଥିବାଲେ I ଫଳରେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା I
ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ପାଇଁ କୌଣସି ଉପକରଣ ଆଣି ନ ଥିବାରୁ ଘଟଣାସ୍ଥଳରେ ଅହେତୁକ ବିଳମ୍ବ ଘଟିଥିଲା I ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୧ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ପିଙ୍କିକୁ ଗୁରୁତର ଅବସ୍ଥାରେ କାର୍ ଭିତରୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ଅଗ୍ନିଶମ ବାହିନୀ ଗାଡ଼ିରେ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପାଇଁ ମୃତଦେହ ଶବଗୃହରେ ରଖାଯାଇଛି। ପିଙ୍କିଙ୍କର ୨ ବର୍ଷର ପୁଅ ରହିଛି I ନିଜ ଆଖି ସାମ୍ନାରେ ସ୍ତ୍ରୀଙ୍କର ମୃତ୍ୟୁ ଦେଖି ସ୍ୱାମୀ ଜଣଙ୍କ ଦୁଃଖରେ ଭାଙ୍ଗି ପଡିଥିବାବେଳେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି I




