୨୦ ଫୁଟ ପୋଲ ତଳକୁ କାର ଖସି ୩ ଗୁରୁତର

ସୁନ୍ଦରଗଡ଼ :୨୦ ଫୁଟ୍ ତଳକୁ ଖସିଲା କାର I ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଫୁଲଝର ନଗରିଆ ପୋଲରୁ କାରଟି ଖସି ପଡିଥିଲା I ଏଥିରେ ଥିବା ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି I ଗୁରୁତର ମାନେ ହେଉଛନ୍ତି କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ,ଓମକାର ବେହେରା ଓ ଯଦୁମଣି ମହାକୁଡ଼। ଅଜିତ ଓ ଓମକାରଙ୍କ ଅବସ୍ଥା ଗୁରୁତର ରହିଛି। ଓମକାର କାର୍ ଚଲାଉଥିଲେ। ଗତକାଲି ରାତି ପ୍ରାୟ ୧ଟା […]

Samaya Live Picture
Published On

ସୁନ୍ଦରଗଡ଼ :୨୦ ଫୁଟ୍ ତଳକୁ ଖସିଲା କାର I ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଫୁଲଝର ନଗରିଆ ପୋଲରୁ କାରଟି ଖସି ପଡିଥିଲା I ଏଥିରେ ଥିବା ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି I ଗୁରୁତର ମାନେ ହେଉଛନ୍ତି କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ,ଓମକାର ବେହେରା ଓ ଯଦୁମଣି ମହାକୁଡ଼। ଅଜିତ ଓ ଓମକାରଙ୍କ ଅବସ୍ଥା ଗୁରୁତର ରହିଛି। ଓମକାର କାର୍ ଚଲାଉଥିଲେ।

ଗତକାଲି ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ତିନି ଜଣ କାଦଡ଼ିଆରୁ ରାଉଲକେଲା ଅଭିମୁଖେ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଆମ୍ବୁଲାନ୍ସ ଯୋଗେ ତିନି ଆହତଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଅଜିତ ଓ ଓମକାରଙ୍କୁ ରାଉଲକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମହୁଲପଦା ପୁଲିସ ଘଟଣାର ତଦନ୍ତ କରୁଛି।

Tags: