ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର , ୩ ମୃତ ,୧ ଗୁରୁତର
ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର I ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହେବା ସହିତ ଜଣେ ଗୁରୁତର ହୋଇଛନ୍ତି I ଗତକାଲି ବିଳମ୍ବିତରେ ଉମରକୋଟ-ଝରିଗାଁ ରାସ୍ତାର ବାସିନୀ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଜଣେ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚାନନାନୁସାରେ ,ଗତକାଲି ବିଳମ୍ବିତ ରାତିରେ ଏକ କାର ରେ ଜଣେ ମହିଳାଙ୍କ ସମେତ ୪ ଜଣ ଛତିଶଗଡ଼ର ଜଗଦଲପୁରରୁ ଫେରୁଥିଲେ। ଫେରିବା ବେଳେ ବାଟରେ ରାସ୍ତାକଡ଼ରେ […]
ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର I ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହେବା ସହିତ ଜଣେ ଗୁରୁତର ହୋଇଛନ୍ତି I ଗତକାଲି ବିଳମ୍ବିତରେ ଉମରକୋଟ-ଝରିଗାଁ ରାସ୍ତାର ବାସିନୀ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଜଣେ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚାନନାନୁସାରେ ,ଗତକାଲି ବିଳମ୍ବିତ ରାତିରେ ଏକ କାର ରେ ଜଣେ ମହିଳାଙ୍କ ସମେତ ୪ ଜଣ ଛତିଶଗଡ଼ର ଜଗଦଲପୁରରୁ ଫେରୁଥିଲେ। ଫେରିବା ବେଳେ ବାଟରେ ରାସ୍ତାକଡ଼ରେ ଥିବା ଗଛରେ କାର୍ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ,ଜଣେ ମହିଳା ଗୁରୁତର ହୋଇଛନ୍ତି I ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I ସେହିପରି ମୃତକଙ୍କ ମଧ୍ୟରୁ ଦୁଇ ଜଣ ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡ଼ା ଓ ସୋନପୁର ଗ୍ରାମର ହୋଇଥିବା ବେଳେ ଜଣେ ଝରିଗାଁ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମର ବୋଲି ଜଣାପଡିଛି। ଘଟଣାସ୍ଥଳରେ ଉମରକୋଟ ପୋଲିସ ପହଁଚି ଦୁର୍ଘଟଣା ଗସ୍ତ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି I




