୭୬ ବର୍ଷରେ ପାଦ ଥାପିଲା ରାଜଧାନୀ
ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ଜନ୍ମ ଦିବସ I ୭୬ ବର୍ଷରେ ପାଦ ଥାପିଛି ରାଜଧାନୀ I ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା I ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋ କଏନ୍ସବର୍ଗର” । ୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥିଲେ ଦେଶର […]
ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ଜନ୍ମ ଦିବସ I ୭୬ ବର୍ଷରେ ପାଦ ଥାପିଛି ରାଜଧାନୀ I ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା I ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋ କଏନ୍ସବର୍ଗର” । ୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ। ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ଅନେକ ବାଧାବିଘ୍ନ ଅତିକ୍ରମ କରି ସମୃଦ୍ଧ ହୋଇଛି ରାଜଧାନୀ ଭୁବନେଶ୍ୱର I

ଆଜି ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରହିଛି । ଏହାପରେ ଅତିଥିଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି ।
ମନ୍ଦିର ମାଳିନୀ ଭୁବନେଶ୍ୱରର ଇତିହାସ ୩ ହଜାର ବର୍ଷ ପୁରୁଣା I ଭୁବନେଶ୍ୱରର ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ରହିଛି I ସେଥିପାଇଁ ଏହାକୁ ମନ୍ଦିରମାଳିନୀ ନଗର ବି କୁହାଯାଏ I ଏହି ମନ୍ଦିର ମାନଙ୍କ ମଧ୍ୟରେ ଶ୍ରୀ ଲିଙ୍ଗରାଜ,ମୁକ୍ତେଶ୍ଵର ଏବଂ ରାଜାରାଣୀ ମନ୍ଦିର ବିଦେଶରେ ମଧ୍ୟ ବେଶ ପ୍ରସିଦ୍ଧି ହାସଲ କରିଛି I ମନ୍ଦିର ଗୁଡିକ କଳିଙ୍ଗ ନଗର ଗଠନ ଶୈଳୀରେ ନିର୍ମିତ ହୋଇଛି I ପୂର୍ବ ଭାରତରେ ପୁରୀ,କୋଣାର୍କ ଓ ଭୁବନେଶ୍ୱରକୁ ସ୍ବର୍ଣ୍ଣ ତ୍ରିଭୁଜ ଧର୍ମକ୍ଷେତ୍ର ବୋଲି କୁହାଯାଏ I

ମନ୍ଦିର ମାଳିନୀ ସହରରୁ ଲମ୍ବା ଯାତ୍ରା କରି ଆଜି ରାଜଧାନୀ ପାଲଟିଛି ସ୍ମାର୍ଟ ସିଟି I ଦେଶର ପ୍ରଥମ ୪ଟି ଯୋଜନାବଦ୍ଧ ସହର ଭିତରେ ଭୁବନେଶ୍ବର ଥିଲା ଅନ୍ୟତମ। ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ନେଇ ନକ୍ସାରେ ଥିଲା । ଏହି ଯୋଜନାକୁ “ଓଡ଼ିଶା ସହର ଯୋଜନା ଆଇନ” ୧୯୫୬ ଅନୁସାରେ କାର୍ଯ୍ୟକାରୀ କରାଗଲା । ଭୁବନେଶ୍ୱର ପାଇଁ ଜଣେ “ବିଶେଷ ଯୋଜନା ଅଧିକାରୀ”ଙ୍କୁ ନିଯୁକ୍ତ କରାଯାଇଥିଲା । ଦିନକୁ ଦିନ ଜନସଂଖ୍ୟା ବଢିଲା । ବଢୁଥିବା ଜନସଂଖ୍ୟା ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମ୍ୟୁନିସିପାଲିଟି ଗଠନ ହେଲା । ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଧା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ “ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ)” ଗଠନ ହେଲା । ପରେ ଭୁବନେଶ୍ୱରରେ ମ୍ୟୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁ ଗୁଡିକୁ ନେଇ ବିଡିଏ ଗଠନ କରାଗଲା । ସେପଟେ କଟକର କଳ୍ପିତ କଳେବର ବୃଦ୍ଧି ସମ୍ଭବ ନ ହେବାରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ନୂତନ ରାଜଧାନୀ କରିବାର ପ୍ରସ୍ତାବ ରଖାଯାଇ ୧୯୪୮ ଏପ୍ରିଲ ୧୩ ତାରିଖ ଦିନ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରାଗଲା ।




