ଭୋଟ ଦେଉଛି ରାଜଧାନୀ

ଭୁବନେଶ୍ୱର : ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ । ରାଜଧାନୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ କଟକ, ପୁରୀ,ଢେଙ୍କାନାଳ, କେନ୍ଦୁଝର,ସମ୍ବଲପୁର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଆଜି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବାପରେ ସେ କାଳି ଲଗା ଆଙ୍ଗୁଳି ଦେଖାଇଥିଲେ। ଏହା ସହିତ ସେ ଭୋଟରଙ୍କୁ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ । ରାଜଧାନୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ କଟକ, ପୁରୀ,ଢେଙ୍କାନାଳ, କେନ୍ଦୁଝର,ସମ୍ବଲପୁର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଆଜି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବାପରେ ସେ କାଳି ଲଗା ଆଙ୍ଗୁଳି ଦେଖାଇଥିଲେ। ଏହା ସହିତ ସେ ଭୋଟରଙ୍କୁ ବହୁ ସଂଖ୍ୟାରେ ଆସି ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଥିଲେ। ବିଜେଡି ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ।

ସେହିପରି ଭୁବନେଶ୍ୱରର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଲମ୍ବା ଲାଇନରେ ଛିଡା ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୟାପଲ୍ଲୀ ଏନ-୧ ୟୁପି ସ୍କୁଲର ୧୧୮ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ଅପରାଜିତା । ଅପରାଜିତାଙ୍କ ସହ ବୁଥରେ ବିଜେପି ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଉପସ୍ଥିତ ରହିଛନ୍ତି ।

ଅନ୍ୟପଟେ ଆଜି ୫ଟି ସଚିବ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ ଅଟୋରେ ଆସି ୟୁନିଟ୍‌-୬, ୪୪ ନମ୍ବର ବୁଥ୍‌ରେ ପହଞ୍ଚି ଭୋଟ ଦେଇ ଥିବା ଜଣI ପଡିଛି I ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସେଜିପରି ଆଜି ସକାଳୁ ସକାଳୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ମୁଖ୍ୟ ଶାସନ ସଚିବ ଭୋଟ ଦେବାକୁ ବୁଥରେ ପହଞ୍ଚିଛନ୍ତି । ଭୋଟ ଦେବାକୁ ବୁଥରେ ପହଞ୍ଚିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଲୋକ ଭୋଟ ଦେବାକୁ ଆସୁଛନ୍ତି ଏହା ଦେଖି ମୋତେ ଖୁସି ଲାଗୁଛି । ଭୋଟ ଦେବାକୁ ଭୟ କରନ୍ତୁ ନାହିଁ । ପ୍ରତ୍ୟେକ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ରାଜନୈତିକ ଦଳ ଗୁଡିକର କହିବା ଅନୁଯାୟୀ, ନିର୍ଦ୍ଦିଷ୍ଟ କିଛି ବୁଥରେ ମଧ୍ୟ ସୁରକ୍ଷାବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ତେଣୁ ବହୁସଂଖ୍ୟାରେ ଆସି ଭୋଟ ଦେବାକୁ ଅପିଲ କରିଛନ୍ତି ନିକୁଞ୍ଜ ଧଳ ।

ସୂଚନାନୁସାରେ,୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି ।

ଏହି ପର୍ଯ୍ୟାୟରେ ୨ ଲକ୍ଷ ୩୭ ହଜାର ୧୩୧ ଜଣ ପ୍ରଥମ ଭୋଟର ଥିବା ବେଳେ ୧୮ ଲକ୍ଷ ୪୫ ହଜାର ୫୦୩ ଜଣ ଯୁବ ମତଦାତା ଅଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୧୦ ହଜାର ୫୫୧ ବୁଥ୍ କରାଯାଇଛି । ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ରହିଛି । ୧୫ ଶହ ବୁଥ୍ ସଂପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ୩୦ଟି ବୁଥ୍ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଛି । ଏହି ପର୍ଯ୍ୟାୟରେ ୨ ହଜାର ମଡେଲ୍ ବୁଥ୍ କରାଯାଇଛି । ନିର୍ବାଚନ ପରିଚାଳନା ଲାଗି ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Tags: