ଜଳୁଛି ରାଜଧାନୀ ୨ୟ ଦିନରେ ବି ସବୁଠାରୁ ଉତପ୍ତ ସହର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ମଙ୍ଗଳବାର ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ଦିନ ସାଢେ ୧୧ଟା ସୁଦ୍ଧା ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବାଲେଶ୍ଵର ୩୯, ଚାନ୍ଦବାଲି ଓ ପାରାଦୀପ ୩୮.୮ ଡିଗ୍ରୀ ରହିଛି ତାପମାତ୍ରା। ଅପରପକ୍ଷେ ଝାରସୁଗୁଡ଼ା ୩୭, ଗୋପାଳପୁର ୩୫.୪ ଏବଂ ପୁରୀରେ ତାପମାତ୍ରା ୩୫ ଡିଗ୍ରୀ ରହିଛି। ୯ ଜିଲ୍ଲାରେ ଖରା ସହ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ମଙ୍ଗଳବାର ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ଦିନ ସାଢେ ୧୧ଟା ସୁଦ୍ଧା ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବାଲେଶ୍ଵର ୩୯, ଚାନ୍ଦବାଲି ଓ ପାରାଦୀପ ୩୮.୮ ଡିଗ୍ରୀ ରହିଛି ତାପମାତ୍ରା। ଅପରପକ୍ଷେ ଝାରସୁଗୁଡ଼ା ୩୭, ଗୋପାଳପୁର ୩୫.୪ ଏବଂ ପୁରୀରେ ତାପମାତ୍ରା ୩୫ ଡିଗ୍ରୀ ରହିଛି। ୯ ଜିଲ୍ଲାରେ ଖରା ସହ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଦିନ ୨.୩୦ ବେଳକୁ ୪୧.୮ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଏହା ପଛକୁ ଚାନ୍ଦବାଲି ୪୦.୪, ବାଲେଶ୍ୱର ୪୦.୩, ଝାରସୁଗୁଡା ୩୯.୫, ପାରାଦୀପ ୩୮.୮, ରାଉରକେଲା ୩୭.୯, କେନ୍ଦୁଝର ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଆଗାମୀ ୨୪ ତାରିଖ ଯାଏଁ ପଗର କୌଣସି ପରିବର୍ତନହେବାକୁ ନଥିବାବେଳେ ୨୭ ତାରିଖ ପର୍ଯ୍ୟନ୍ତ ବଢିବ ଖରା I ଅର୍ଥାତ ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେବେ ଲୋକେ I ତେବେ କାଳ ବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ତଳେ ରହିଛି ପାରଦ I ୨୫ ତାରିଖଠାରୁ ତାପମାତ୍ରା ପୁଣି ବୃଦ୍ଧି ପାଇବ। ସ୍ଥାନେ ସ୍ଥାନେ ୪୬ ଡିଗ୍ରୀ ଡେଇଁଯିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Tags: