କେନାଲ ଭୁଶୁଡି ମାଡ଼ିଗଲା ପାଣି
ଧର୍ମଗଡ଼ : କେନାଲ ଭୁଶୁଡି ଶହ ଶହ ହେକଟର ଚାଷଜମି ଜଳମଗ୍ନ I ଆଜି ଭୋରରେ କଳାହାଣ୍ଡି କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି। ହଠାତ ପାଣି ମାଡି ଆସିବା ଫଳରେ ବୁଡ଼ି ଯାଇଛି ଆଖପାଖ ଅଞ୍ଚଳ। ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି। ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ଆଜି ଭୋରରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ସମସ୍ତେ ଶୋଇ ଥିବା ଅବସ୍ଥାରେ ଭୋର […]
ଧର୍ମଗଡ଼ : କେନାଲ ଭୁଶୁଡି ଶହ ଶହ ହେକଟର ଚାଷଜମି ଜଳମଗ୍ନ I ଆଜି ଭୋରରେ କଳାହାଣ୍ଡି କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି। ହଠାତ ପାଣି ମାଡି ଆସିବା ଫଳରେ ବୁଡ଼ି ଯାଇଛି ଆଖପାଖ ଅଞ୍ଚଳ। ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି। ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ଆଜି ଭୋରରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇଥିଲା।
ସମସ୍ତେ ଶୋଇ ଥିବା ଅବସ୍ଥାରେ ଭୋର ସମୟରେ ଘର ଭିତରେ ପାଣି ପଶି ଆସବାବପତ୍ର ନଷ୍ଟ ହେବା ସହିତ ରାସ୍ତା ଉପରେ ଚାଲିଛି ୫ ଫୁଟ ପାଣି। ପରିସ୍ଥିତି ଏମିତି ହୋଇଥିଲା କି ଲୋକେ ଘରେ ଥିବା ବେଳେ କିଛି ସେକେଣ୍ଡ ମଧ୍ୟରେ ପାଣି ବେକ ଯାଏଁ ଚାଲି ଆସିଥିଲା। ଗାଁ ଭିତରେ ପାଣି ଚଳାଚଳ ଯୋଗୁଁ ଜୁନାଗଡ଼ ରୁ କଲମପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା I ଘଟଣାସ୍ଥଳରେବିଡ଼ିଓ ଏବଂ ତହସିଲଦାର ପହଁଚି ରେସ୍କ୍ୟୁ କରିବା ସହ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଘାଇ ମରାମତି କାମ ଆରମ୍ଭ କରିଥିବା ଜଣାପଡ଼ିଛି।




