ରାସ୍ତା କଡ଼କୁ ବସ ଓଲଟି ୨୦ ଆହତ
ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ । ଜୟ ରଘୁନାଥ ନାମକ ବସଟି ଖଇରାରୁ ଭଦ୍ରକ ଆସୁଥିବା ବେଳେ ରାଣୀତାଲ ଗୋପାଳି ଛକ ନିକଟରେ ଓଲଟି ପଡ଼ିଥିଲା । ଏଥିରେ ୨୦ ରୁ ଅଧିକ ଯାତ୍ରୀ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଏବଂ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାସ୍ଥଳରେ ଭଦ୍ରକ […]
ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ । ଜୟ ରଘୁନାଥ ନାମକ ବସଟି ଖଇରାରୁ ଭଦ୍ରକ ଆସୁଥିବା ବେଳେ ରାଣୀତାଲ ଗୋପାଳି ଛକ ନିକଟରେ ଓଲଟି ପଡ଼ିଥିଲା । ଏଥିରେ ୨୦ ରୁ ଅଧିକ ଯାତ୍ରୀ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଏବଂ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାସ୍ଥଳରେ ଭଦ୍ରକ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।
ସୂଚନାନୁସାରେ,ଆଜି ସକାଳେ ‘ଜୟ ରଘୁନାଥ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଉଦଳାରୁ ଭଦ୍ରକ ଅଭିମୁଖେ ଯାଉଥିଲା । ତେବେ ରାଣିତାଲ ଛକ ନିକଟରେ ଏକ ବାଇକ ବସ ଆଗକୁ ଆସିଯିବାରୁ ଡ୍ରାଇଭର ବସ ର ବେଗ ନିୟନ୍ତ୍ରଣ କରି ପାରି ନ ଥିଲେ। ଫଳରେ ଗାଡ଼ିଟି ରାସ୍ତା କଡ଼କୁ ଓଲଟି ପଡିଥିଲା ।




