ରାସ୍ତା ଉପରେ ଜଳିଗଲା ବସ୍

କଟକ : ହଠାତ ନିଆଁ ଲାଗି ଜଳି ଉଠିଲା ରାସ୍ତା କଡରେ ଛିଡା ହୋଇଥିବା ବସ I ସୋମବାର ଦିନ ଅପରାହ୍ନରେ କଟକ ଲିଙ୍କ୍‌ରୋଡ଼ରେ ଛିଡ଼ା ହୋଇଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବସ୍‌ଟି ପ୍ରାୟ ଅର୍ଦ୍ଧାଧିକ ପୋଡ଼ି ଯାଇଥିବା ବେଳେ ପାଖରେ ଥିବା ଏକ କେବିନ୍ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ ଆଶ୍ବସ୍ତିକର ବିଷୟ ବସ୍‌ରେ କେହି ଯାତ୍ରୀ ନଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। […]

Samaya Live Picture
Published On

କଟକ : ହଠାତ ନିଆଁ ଲାଗି ଜଳି ଉଠିଲା ରାସ୍ତା କଡରେ ଛିଡା ହୋଇଥିବା ବସ I ସୋମବାର ଦିନ ଅପରାହ୍ନରେ କଟକ ଲିଙ୍କ୍‌ରୋଡ଼ରେ ଛିଡ଼ା ହୋଇଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବସ୍‌ଟି ପ୍ରାୟ ଅର୍ଦ୍ଧାଧିକ ପୋଡ଼ି ଯାଇଥିବା ବେଳେ ପାଖରେ ଥିବା ଏକ କେବିନ୍ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ ଆଶ୍ବସ୍ତିକର ବିଷୟ ବସ୍‌ରେ କେହି ଯାତ୍ରୀ ନଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବସଟି ନିୟମିତ ଭାବେ କଟକରୁ ବରଗଡ ଯିବା ଆସିବା କରୁଥିଲା । ତେବେ ଗତ କିଛିଦିନ ହେଲା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସଟି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଆଜି ହଠାତ ଏଥିରେ ନିଆଁ ଲାଗି ଯାଇଥିଲା Iଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣା ପଡି ନାହିଁ I

Tags: