ଟ୍ରକ ଧକ୍କାରେ ଅସୁସ୍ଥ ମା’ମୃତ ପୁଅ ଗୁରୁତର
ବୌଦ୍ଧ : ଅସୁସ୍ଥ ମା’ଙ୍କୁ ହସ୍ପିଟାଲ ନେଉଥିଲା ପୁଅ I କିନ୍ତୁ ବାଟରେ ଘଟିଲା ଅଘଟଣ I ବାଇକ ସହ ଟ୍ରକ ଧକ୍କା ହେବା ଫଳରେ ଅଧା ବାଟରେ ମା’ଙ୍କୁ ଡାକିନେଲା ଯମ I ଗୁରୁତର ଅବସ୍ଥାରେ ହସ୍ପିଟାଲ ବେଡ଼ରେ ମରଣ ସହ ସଂଘର୍ଷ କରୁଛି ପୁଅ I ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ବ୍ରିଜ ଉପରେ ଘଟିଛି। ମୃତା ମହିଳା ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଗୁରୁବାରୀ ପ୍ରଧାନ (୬୦) […]
ବୌଦ୍ଧ : ଅସୁସ୍ଥ ମା’ଙ୍କୁ ହସ୍ପିଟାଲ ନେଉଥିଲା ପୁଅ I କିନ୍ତୁ ବାଟରେ ଘଟିଲା ଅଘଟଣ I ବାଇକ ସହ ଟ୍ରକ ଧକ୍କା ହେବା ଫଳରେ ଅଧା ବାଟରେ ମା’ଙ୍କୁ ଡାକିନେଲା ଯମ I ଗୁରୁତର ଅବସ୍ଥାରେ ହସ୍ପିଟାଲ ବେଡ଼ରେ ମରଣ ସହ ସଂଘର୍ଷ କରୁଛି ପୁଅ I ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ବ୍ରିଜ ଉପରେ ଘଟିଛି। ମୃତା ମହିଳା ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଗୁରୁବାରୀ ପ୍ରଧାନ (୬୦) । ଏହି ଦୁର୍ଘଟଣାରେ ତାଙ୍କ ପୁଅ ସୁଜିତ୍ ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ରହିଛି I ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ,କିଛି ଦିନ ହେବ ଗୁରୁବାରୀଙ୍କ ଦେହ ଅସୁସ୍ଥ ରହୁଥିବା ପୁଅ ସୁଜିତ ଆଜି ସକାଳେ ମା’ଙ୍କୁ ବାଇକ୍ ଯୋଗେ ବୌଦ୍ଧ ହସ୍ପିଟାଲ ଆଣୁଥିଲେ। ହସ୍ପିଟାଲ ଯିବା ବାଟରେ ମହାନଦୀ ବ୍ରିଜ ଉପରେ ପଛରୁ ଆସୁଥିବା ଟ୍ରକ୍ଟି ବାଇକ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୌଦ୍ଧ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗୁରୁବାରୀଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ଆଜି ବୌଦ୍ଧ ଜିଲ୍ଲାରେ ପୁରୁଣା କଟକ ଥାନା ଅନ୍ତର୍ଗତ ଲୁଣି ବାହାଲ ନିକଟରେ କଖାରୁ ବୋଝେଇ ଟ୍ରକକୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ ପୁଅ ଗୁରୁତର ଆହତ ହୋଇଛନ୍ତି I ସମସ୍ତଙ୍କୁ ବୌଦ୍ଧ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି I ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି I




