ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର
ଜଗତସିଂହପୁର : ଦେବୀ ନଦୀରେ ଅଘଟଣ I ଗତକାଲି ଠାରୁ ନିଖୋଜ କାଉଡିଆଙ୍କ ଉଦ୍ଧାର ହେଲା ମୃତ ଦେହ I ଗତକାଲି ଦେବୀ ନଦୀ କେତକେଶ୍ୱର ଘାଟରୁ ପାଣି ଉଠାଉଥିବା ବେଳେ ୫ଜଣ କାଉଡିଆ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ବୁଡି ଯାଉଥିବାବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪ ଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ I ଗତକାଲି ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି ପରେ ତାଙ୍କୁ […]
ଜଗତସିଂହପୁର : ଦେବୀ ନଦୀରେ ଅଘଟଣ I ଗତକାଲି ଠାରୁ ନିଖୋଜ କାଉଡିଆଙ୍କ ଉଦ୍ଧାର ହେଲା ମୃତ ଦେହ I ଗତକାଲି ଦେବୀ ନଦୀ କେତକେଶ୍ୱର ଘାଟରୁ ପାଣି ଉଠାଉଥିବା ବେଳେ ୫ଜଣ କାଉଡିଆ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ବୁଡି ଯାଉଥିବାବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪ ଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ I ଗତକାଲି ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି ପରେ ତାଙ୍କୁ ପାଇଁ ନଥିବାବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତକଙ୍କ ନାଁ ଭୋଳା ପ୍ରଧାନ I ସେ ତିର୍ତ୍ତୋଲ ବିଦ୍ୟାଧରପୁରର ରମେଶ ପ୍ରଧାନଙ୍କ ପୁଅ I ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଭୋଳାଙ୍କ ମୃତ୍ୟୁ ଖବର ଶୁଣିବାପରେ ବିଦ୍ୟାଧରପୁର ଗାଁରେ ଶୋକର ଛାୟା ଖେଳି ଯାଇଛି I




