ସାଳନ୍ଦୀ ନଦୀରୁ ଉଦ୍ଧାର ହେଲା ନିଖୋଜ ୨ କାଉଡିଆଙ୍କ ମୃତଦେହ

ସୋରୋ : ସାଳନ୍ଦୀ ନଦୀରୁ ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର I ପ୍ରାୟ ୨୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଓଡ୍ରାଫ୍ ଟିମ୍ ଉଭୟଙ୍କୁ ଉଦ୍ଧାର କରିଛି । ମହାଦେବଙ୍କୁ ଜଳଲାଗି କରିବା ପାଇଁ ଗତକାଲି ସାଳନ୍ଦୀ ନଦୀରେ ୩ ସାଙ୍ଗ ଭାସି ଯାଇଥିଲେ I ତେବେ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିବାକୁ ସଫଳ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କ ପତ୍ତା ମିଳିପାରି ନଥିଲା I ଆଜି ଓଡ୍ରାଫ ଟିମ ୨ ଜଣଙ୍କ ମୃତଦେହ ଉଦ୍ଧାର […]

Samaya Live Picture
Published On

ସୋରୋ : ସାଳନ୍ଦୀ ନଦୀରୁ ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର I ପ୍ରାୟ ୨୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଓଡ୍ରାଫ୍ ଟିମ୍ ଉଭୟଙ୍କୁ ଉଦ୍ଧାର କରିଛି । ମହାଦେବଙ୍କୁ ଜଳଲାଗି କରିବା ପାଇଁ ଗତକାଲି ସାଳନ୍ଦୀ ନଦୀରେ ୩ ସାଙ୍ଗ ଭାସି ଯାଇଥିଲେ I ତେବେ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିବାକୁ ସଫଳ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କ ପତ୍ତା ମିଳିପାରି ନଥିଲା I ଆଜି ଓଡ୍ରାଫ ଟିମ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି Iଦୁଇ ମୃତକ ହେଲେ ଖଇରା ବ୍ଲକ ବରଜୟପୁର ଗ୍ରାମର ସୁବ୍ରତ ମହାକୁଡ଼ (୨୧) ଓ ରାଜେଶ ସାହୁ।

ସୂଚନାନୁସାରେ,ଗତକାଲି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାଳନ୍ଦୀ ନଦୀରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ।ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ବରଦା ଗାଁ ସାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀପୁର ଗାଁର ୧୮ଜଣ କାଉଡ଼ିଆ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ବାହାରିଥିଲେ । ସମସ୍ତେ ନଦୀରେ ବୁଡ଼ପକାଇ ପାଣି ନେଉଥିବା ବେଳେ,ବରଦା ପୋଲ ତଳେ ସାଳନ୍ଦୀ ନଦୀରେ ୩ ଜଣ ଭାସି ଯାଇଥିଲେ I ତେବେ ଉପସ୍ଥିତ କାଉଡିଆ ଓ ସ୍ଥାନୀୟ ଲୋକ ମିଶି ଜଣଙ୍କୁ ଉଦ୍ଧାର କରିଥିବା ବେବେ ରାଜେନ୍ଦ୍ର ସାହୁ ଓ ସୁବ୍ରତ ମହାକୁଡ଼ଙ୍କ ଭାସି ଯାଇଥିଲେ। ଗତକାଲି ଠାରୁ ଓଡ୍ରାଫ ଟିମ ଏବଂ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ମିଳି ନଥିଲା। ଆଜି ସକାଳେ ଓଡ୍ରାଫ ଟିମ ସାନଜୟୀପୁର ଗାଁର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି। ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Tags: