ସୁଭଦ୍ରା ପାଇଁ ସହଯୋଗର ହାତ ବଢ଼ାଇଲା ବ୍ୟାଙ୍କ ,ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର : ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ । କେୱାଇସି ଅପଡେଟ ପାଇଁ ହେଉଥିବା ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶୀଘ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ହିତାଧିକାରୀଙ୍କୁ ଅଧିକ ସମୟ ଦେବାପାଇଁ ଦିନ ୧୦ଟା ବଦଳରେ ସାଢେ ୭ ଟାରେ ଆଜି ବ୍ୟାଙ୍କ ଖୋଲିଛି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଷ୍ଟେଟବ୍ୟାଙ୍କ ସମ୍ମୁଖରେ । ଏହି ଅଞ୍ଚଳର ଅଧିକାଂଶ ଗ୍ରାମ ପଞ୍ଚାୟତ ଦୁର୍ଗମ […]

Samaya Live Picture
Published On

ଭୁବନେଶ୍ୱର : ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ । କେୱାଇସି ଅପଡେଟ ପାଇଁ ହେଉଥିବା ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶୀଘ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ହିତାଧିକାରୀଙ୍କୁ ଅଧିକ ସମୟ ଦେବାପାଇଁ ଦିନ ୧୦ଟା ବଦଳରେ ସାଢେ ୭ ଟାରେ ଆଜି ବ୍ୟାଙ୍କ ଖୋଲିଛି ।

ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଷ୍ଟେଟବ୍ୟାଙ୍କ ସମ୍ମୁଖରେ । ଏହି ଅଞ୍ଚଳର ଅଧିକାଂଶ ଗ୍ରାମ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଥିବା ହେତୁ ସୁଭଦ୍ରା ଟଙ୍କା ପାଇବା ସେମାନଙ୍କ ପାଇଁ ବହୁତ ସମସ୍ୟାର ସାମନା କରିବାକୁ ପଡ଼ୁଛି । ଦୂରଦୂରାନ୍ତରୁ ଶହ ଶହ ମହିଳା ସକାଳ ୭ ଟାରୁ ଆସି ବ୍ୟାଙ୍କ ସାମ୍ନାରେ ଲମ୍ବା ଧାଡିରେ ଛିଡା ହୋଇ ରହିଛନ୍ତି । ବ୍ୟାଙ୍କ ଜମା ଖାତା ସହ ଆଧାର ଓ ମୋବାଇଲ ନମ୍ବର ଲିଙ୍କ ହୋଇ ନଥିବାରୁ ଏଯାଏଁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ଅନେକ ହିତାଧିକାରୀ । ସେହିଭଳି ଆଜି ମଧ୍ୟ ୧୫୦ ମହିଳାଙ୍କୁ ବ୍ୟାଙ୍କ ତତଫରୁ ଟୋକେନ ଦିଆଯାଇଥିବା ବେଳେ ପ୍ରାୟ ପାଞ୍ଚଶହରୁ ଅଧିକ ମହିଳା ଧାଡିବାନ୍ଧି ଠିଆ ହୋଇଥିଲେ। ତେବେ ଭିଡ଼କୁ ଦୃଷ୍ଟିରେ ରଖି ବୁଧବାର ମୋହନା ଷ୍ଟେଟବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟାଙ୍କ ସମ୍ମୁଖରେ ଟେଣ୍ଟ, ଚେୟାର ପକାଇ ସକାଳ ୭ଟାରୁ ବ୍ୟାଙ୍କ ଖୋଲିଥିଲେ। ପରେ ମହିଳାଙ୍କ ଟୋକେନ ବ୍ୟବସ୍ଥା ହୋଇଥିଲା । ପରେ କେୱାଇସି ଫର୍ମ ଗ୍ରହଣ କରିଥିା ଦେଖିବାକୁ ମିଳିଛି ।

Tags: