ଜୁନ ୩ରୁ +୩ ନାମଲେଖା ପାଇଁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର : +୩ ନାମଲେଖା ପାଇଁ ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ I ରାଜ୍ୟରେ ଥିବା ସମସ୍ତ ମହାବିଦ୍ୟାଳୟ ନାମ ଲେଖାଇବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେଆବେଦନ କରିପାରିବେ I ଏହି ପ୍ରକ୍ରିୟା ଜୁନ ୩ ରୁ ଆରମ୍ଭ ହୋଇ ଜୁନ ୧୭ ତାରିଖ ଯାଏଁ ଚାଲିବ । ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଏସସି ଆଇଟିଏମ, […]
ଭୁବନେଶ୍ୱର : +୩ ନାମଲେଖା ପାଇଁ ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ I ରାଜ୍ୟରେ ଥିବା ସମସ୍ତ ମହାବିଦ୍ୟାଳୟ ନାମ ଲେଖାଇବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେଆବେଦନ କରିପାରିବେ I ଏହି ପ୍ରକ୍ରିୟା ଜୁନ ୩ ରୁ ଆରମ୍ଭ ହୋଇ ଜୁନ ୧୭ ତାରିଖ ଯାଏଁ ଚାଲିବ । ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ଚଳିତ ବର୍ଷ ଏହି ପ୍ରକ୍ରିୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଏସସି ଆଇଟିଏମ, ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ୩ ବର୍ଷିଆ ବିବିଏ ଓ ବିସିଏ, ଉତ୍କଳ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ଏମବିଏ ଓ ଏମସିଏ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ବିଏ ଏଲଏଲବି ଓ ୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏହିସବୁ ପାଠ୍ୟକ୍ରମ ପାଇଁ ୪ଟି ପର୍ଯ୍ୟାୟରେ ଆଡ଼ମିସନ ହେବ।
ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା ଜୁନ ୨୫ରେ ପ୍ରକାଶ ପାଇବ। ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ତାଲିକା ଜୁଲାଇ ୫, ତୃତୀୟ ପର୍ୟ୍ୟାୟ ଜୁଲାଇ ୧୫ ଓ ଶେଷ ପର୍ଯ୍ୟାୟ ଜୁଲାଇ ୩୦ରେ ପ୍ରକାଶ ପାଇବ। ଅଗଷ୍ଟ ୧ରୁ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି।




