ଆଜିଠୁ ବଢିବ ବର୍ଷାର ପରିମାଣ,୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଦୁର୍ବଳ ହୋଇଛି ଓଡ଼ିଶାରେ ମୌସୁମୀ ବର୍ଷା I ସାରା ରାଜ୍ୟରେ କିଛି ଅଂଚଳକୁ ଛାଡିଦେଲେ ବର୍ଷାର ଦେଖା ଦର୍ଶନ ନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୧ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୧୧ ମିମି ତୁଳନାରେ ୯୦% କମ୍। ଏହି ସମୟ ମଧ୍ୟରେ ୨୩୮ ମିଲମିଟର ବର୍ଷାର ଆକଳନ କରାଯାଇ ଥିବା ବେଳେ ହୋଇଛି ମାତ୍ର ୧୬୮. ୧ ମିଲିମିଟର । ଯାହାକି ସ୍ୱାଭାବିକ ଠାରୁ ୨୯ ପ୍ରତିଶତ […]
ଭୁବନେଶ୍ୱର : ଦୁର୍ବଳ ହୋଇଛି ଓଡ଼ିଶାରେ ମୌସୁମୀ ବର୍ଷା I ସାରା ରାଜ୍ୟରେ କିଛି ଅଂଚଳକୁ ଛାଡିଦେଲେ ବର୍ଷାର ଦେଖା ଦର୍ଶନ ନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୧ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୧୧ ମିମି ତୁଳନାରେ ୯୦% କମ୍। ଏହି ସମୟ ମଧ୍ୟରେ ୨୩୮ ମିଲମିଟର ବର୍ଷାର ଆକଳନ କରାଯାଇ ଥିବା ବେଳେ ହୋଇଛି ମାତ୍ର ୧୬୮. ୧ ମିଲିମିଟର । ଯାହାକି ସ୍ୱାଭାବିକ ଠାରୁ ୨୯ ପ୍ରତିଶତ କମ୍ । ତେବେ ମୌସୁମୀ ପୁଣି ସକ୍ରିୟ ହେବ ଓ ଆଜିଠାରୁ ବର୍ଷା ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।
ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋସାଗର ଉପରେ ରହିଛି। ଏହା ପ୍ରଭାବରେ ମଙ୍ଗଳବାର ରାଜ୍ୟର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଭାଗର ସୂଚନାନୁସାରେ, ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୬ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।
ସେହିଭଳି ଗଜପତି, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି ଅଂଶରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ଆସନ୍ତାକାଲି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ। ଅଳ୍ପ ବର୍ଷା ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ମଧ୍ୟରେ ରହିବ।




