ଏପ୍ରିଲ ୩୦ ସୁଦ୍ଧା ସରିବ ନାଟମଣ୍ଡପ ମରାମତି, ହାଇକୋର୍ଟଙ୍କୁ ଜଣାଇଲେ ଆମିକସ୍‌ କ୍ୟୁରି

ଭୁବନେଶ୍ୱର : ଏପ୍ରିଲ ୩୦ ସୁଦ୍ଧା ସାରିବା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାମ । ଆଜି ହାଇକୋର୍ଟଙ୍କୁ ଏହା ଜଣାଇଛନ୍ତି ଆମିକସ୍ କ୍ୟୁରି ଏନ୍. କେ. ମହାନ୍ତି । ମୌଖିକ ଭାବେ ସେ ଏହି କଥା ଜଣାଇଥିବା କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ଏଏସଆଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଆଜି ନିର୍ଦେଶ ଦେଇଛନ୍ତି I ସୂଚନାନୁଯାୟୀ,ନାଟମଣ୍ଡପ ଓ ଜଗମୋହନ ମରାମତି ସମ୍ପର୍କିତ ମାମଲା ଉପରେ ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି ଇ ଏ […]

Samaya Live Picture
Published On

ଭୁବନେଶ୍ୱର : ଏପ୍ରିଲ ୩୦ ସୁଦ୍ଧା ସାରିବା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାମ । ଆଜି ହାଇକୋର୍ଟଙ୍କୁ ଏହା ଜଣାଇଛନ୍ତି ଆମିକସ୍ କ୍ୟୁରି ଏନ୍. କେ. ମହାନ୍ତି । ମୌଖିକ ଭାବେ ସେ ଏହି କଥା ଜଣାଇଥିବା କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ଏଏସଆଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଆଜି ନିର୍ଦେଶ ଦେଇଛନ୍ତି I

ସୂଚନାନୁଯାୟୀ,ନାଟମଣ୍ଡପ ଓ ଜଗମୋହନ ମରାମତି ସମ୍ପର୍କିତ ମାମଲା ଉପରେ ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି ଇ ଏ ସମ୍ପର୍କରେ ନାଟମଣ୍ଡପ ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା କହିଛନ୍ତି ଆମିକସ୍ କ୍ୟୁରି । ଏନେଇ ଆସନ୍ତା ଏକ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ଜଣାଇବାକୁ ASIକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Tags: