ଅନୁଷ୍ଠିତ ହେଲା ସର୍ବ ଦଳୀୟ ବୈଠକ

ଭୁବନେଶ୍ୱର : ମଙ୍ଗଳବାର ୨୬ ନଭେମ୍ବରରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ସୋମବାର ସକାଳ ସାଢ଼େ ୧୦ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠି ହୋଇଯାଇଛି । ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୂଖ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାର ୨୬ରେ […]

Samaya Live Picture
Published On

ଭୁବନେଶ୍ୱର : ମଙ୍ଗଳବାର ୨୬ ନଭେମ୍ବରରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ସୋମବାର ସକାଳ ସାଢ଼େ ୧୦ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠି ହୋଇଯାଇଛି । ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୂଖ ଏହି ବୈଠକରେ ଉପସ୍ଥିତ ରହିଛନ୍ତି ।

ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାର ୨୬ରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇବା ସମ୍ଭାବନା ରହିଛି। ବିରୋଧୀଙ୍କୁ ଶାସକ ଦଳ କିପରି ମୁକାବିଲା କରୁଛି, ତାହା ଅଧିବେଶନ ଅବଧି ସମୟରେ ସ୍ପଷ୍ଟ ହେବ।

ମଙ୍ଗଳାବର ଦିନ ୧୧ଟା ବେଳେ ବିଧାନସଭା ସୁରକ୍ଷା ବ୍ୟବସ୍ଥା ପାଇଁ କି ପଦକ୍ଷେପ ନିଆଯାଇଛି ତାହାର ଯାଞ୍ଚ କରିବେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ଅଧିବେଶନ ଚାଲିଥିବା ବେଳେ ଭୁବନେଶ୍ୱରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଓ ତିନିଦିନିଆ ଡିଜିପି ସମ୍ମିଳନୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଭିତରେ କିଭଳି ଗୃହର ସୁରକ୍ଷାକୁ ଠିକ ଭାବେ ଧ୍ୟାନ ଦିଆଯିବ, ତାହା ଡିଜିପି ଅନୁଧ୍ୟାନ କରିବେ ।

ସେହିପରି ଅପରାହ୍ଣ ୫ଟାରେ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କୁ କିଭଳି ବିଭିନ୍ନ ପ୍ରସଙ୍ଗରେ ଘେରାଯିବ, ସେ ନେଇ ଦଳ ରଣନୀତି ପ୍ରସ୍ତୁତ କରିବ । ବିଶେଷ କରି ଆମ୍ୱଟାକୁଆ ଜାଉ ଖାଇ ମୃତ୍ୟୁ, ରାୟଗଡ଼ା ଓ ଖପ୍ରାଖୋଲରେ ଶିଶୁ ବିକ୍ରି,ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବାତ୍ୟା ସମୟରେ ପରିଚାଳନାରେ ତ୍ରୁଟି ପ୍ରମୁଖ ପ୍ରସଙ୍ଗ ଗୃହରେ ଉଠିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଆଜି ସନ୍ଧ୍ୟାରେ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି । ବୈଠକରେ ଉପନେତା ଅଶୋକ କୁମାର ଦାସ, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ସମସ୍ତ ବିଧାୟକ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Tags: