ରାଜ୍ୟରେ ଥିବା ଶୀତଳ ଭଣ୍ଡାର ଗୁଡିକର ହିସାବ ଦେଲେ କୃଷି ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ସମୁଦାୟ କେତୋଟି ସୀତାଙ୍କ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି ଗୃହରେ ତାହାର ଉତ୍ତର ରଖିଲେ କୃଷି ମନ୍ତ୍ରୀ I ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ଟି ସଚଳ ରହିଛି। ଅଚଳ ଶୀତଳଭଣ୍ଡାର କୁ ସଚଳ କରାଇବା ବ୍ୟୟ ବହୁଳ ହୋଇଥିବାରୁ ତା ସ୍ଥାନରେ ନୂତନ ଶୀତଳ ଭଣ୍ଡାର ଗୃହ ନିର୍ମାଣ କରିବାକୁ ସେ ଗୃହରେ ପ୍ରସ୍ତାବ ରଖିଛନ୍ତି I ସେହିପରି ରାଜ୍ୟରେ […]
ଭୁବନେଶ୍ୱର : ରାଜ୍ୟରେ ସମୁଦାୟ କେତୋଟି ସୀତାଙ୍କ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି ଗୃହରେ ତାହାର ଉତ୍ତର ରଖିଲେ କୃଷି ମନ୍ତ୍ରୀ I ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ଟି ସଚଳ ରହିଛି। ଅଚଳ ଶୀତଳଭଣ୍ଡାର କୁ ସଚଳ କରାଇବା ବ୍ୟୟ ବହୁଳ ହୋଇଥିବାରୁ ତା ସ୍ଥାନରେ ନୂତନ ଶୀତଳ ଭଣ୍ଡାର ଗୃହ ନିର୍ମାଣ କରିବାକୁ ସେ ଗୃହରେ ପ୍ରସ୍ତାବ ରଖିଛନ୍ତି I ସେହିପରି ରାଜ୍ୟରେ ସୌର ଚଳିତ ୧୦୦୦ଟି ଶୀତଳୀକରଣ ଗୃହ ନିର୍ମାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଚାଲିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କୃଷି ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ସରକାର ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦେବେ। ଯେଉଁଥିରେ ଚାଷୀମାନେ ସେମାନଙ୍କ ଅମଳ ପନିପରିବା କିଛି ଦିନ ପର୍ଯ୍ୟନ୍ତ ରଖି ପାରିବେ। ଏହାକୁ ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ।




